ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୬ର ଫଳାଫଳ। ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ଵାଇଁ। ମୋଟ ୧ଲକ୍ଷ ୩ହଜାର ୪୩୪ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିବା ବେଳେ ସେଥିମଧ୍ୟରୁ ୯୨ହଜାର  ୬୨୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ମୋଟ ୮୯.୫୫ ପ୍ରତିଶତ ପରୀକ୍ଷାର୍ଥୀ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ।

    ମେ ୪ରୁ ୧୦ ତାରିଖରେ ହୋଇଥିଲା ଓଜେଇଇ ପରୀକ୍ଷା। ରାଜ୍ୟର ୩୦ ଜିଲ୍ଲାର ୯୩ ସେଣ୍ଟରରେ ହୋଇଥିଲା ପରୀକ୍ଷା । କୋଲକତା, ରାଞ୍ଚି ଓ ପାଟନା ଭଳି ସହରରେ ମୋଟ ୬ଟି କେନ୍ଦ୍ର ମଧ୍ୟ ଓଜେଇଇ ପରୀକ୍ଷା ପାଇଁ ରହିଥିଲା । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧୬ଟି ବୈଷୟିକ ଓ ବୃତ୍ତିଗତ ଶିକ୍ଷାରେ ଯୋଗ ଦେବେ । ଏ ନେଇ ଚଳିତମାସ ତୃତୀୟ ସପ୍ତାହରୁ କାଉନସେଲିଂ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚଳିତବର୍ଷର ଓଜେଇଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ।

      ପ୍ରକାଶିତ ପରୀକ୍ଷାଫଳ ଅନୁଯାୟୀ, ବିଭିନ୍ନ ପାଠ୍ୟକ୍ରମରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କ ନାମ ତାଲିକା ମଧ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି । ଏଥିମଧ୍ୟରୁ ବି.ଫାର୍ମ (B. Pharm) ରେ ଶୁଭ୍ରାଂଶୁ ସୁତାର, ଏମବିଏ (MBA)ରେ ତ୍ରିବିକ୍ରମ ପ୍ରଧାନ, ଏମସିଏ (MCA)ରେ ନରେନ ପାତ୍ର ଏବଂ ସାମଗ୍ରିକ ଭାବେ ଏମ.ଟେକ୍ (M.Tech)ରେ ସ୍ୱାଗତ କୁମାର ବେହୁରା ଟପ୍ପର ହୋଇଛନ୍ତି । ପରୀକ୍ଷାର୍ଥୀମାନେ OJEE ର ଅଫିସିଆଲ୍ ୱେବସାଇଟ୍ www.ojee.nic.in ରୁ ନିଜର ର‍୍ୟାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ । ଆଗାମୀ ଦିନରେ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟାରେ ଭାଗ ନେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *