ବିଜେଡି ପକ୍ଷରୁ ଓଡିଶା ଦିବସ ଅବସରରେ ଶୋଭାଯାତ୍ରା



କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡିଶା ଦିବସ ଅବସରରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସଦର ମହକୁମାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଥାନା ଛକରେ ଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଶୋଭାଯାତ୍ରା ସହ ରୋଟାରି ଭବନରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବଦାନ ରଖିଥିବା ମହାମନିଷୀଙ୍କ ସ୍ମୃତିଚାରଣ କରାଯାଇଥିଲା ।

    ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସଭା ମୟୁରଭଞ୍ଜ ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ କେନ୍ଦୁଝର ମହାରାଜ ଧନୁର୍ଜୟ ନାରାୟଣ ଭଞ୍ଜଦେଓ ଆବାହକ ରହିଥିଲେ। କେନ୍ଦୁଝରର ଅବଦାନକୁ ବକ୍ତାମାନେ ସ୍ମରଣ କରିଥିଲେ।

   ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲାପରିଷଦ ସଭାପତି ସାଗରୀକା ସାହୁ, ମହିଳା ଶାଖା ଜିଲ୍ଲା ସଭାନେତ୍ରୀ କମଳିନୀ ପାତ୍ର, ପୂର୍ବତନ ସାଂସଦ ମାଧବ ସର୍ଦାର, ବରିଷ୍ଠ ଉପ ସଭାପତି ପ୍ରମୋଦ ପଟ୍ଟନାୟକ, ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସଦର ବ୍ଲକ ସଭାପତି ଚକ୍ରଧର ପରିଡା, ଝୁମ୍ପୁରା ବ୍ଲକ ସଭାପତି ଡ଼ମ୍ବୁରୁଧର ଦାସ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, କେନ୍ଦୁଝରଗଡ଼ ପୌରପାଳିକା କାଉନସିଲର କେକୀ କାକଳି କୁମୁରା, ରୀତା ପ୍ରଧାନ, ଦମୟନ୍ତୀ ଦାସ, ମୋନାଲିସା ଷଡ଼ଙ୍ଗୀ, ଜିଲ୍ଲାପରିଷଦ ସଦସ୍ୟ ରଥ ମୁଣ୍ଡା, ଆଇନଜୀବୀ ସନ୍ତୋଷ ଦାସ, ସଞ୍ଜୀତ ଦାସ, ସଫିକ ଆନସାରୀ, ଅନାଦି ପ୍ରଧାନ, ଆଦିବାସୀ ନେତା ସତ୍ୟବ୍ରତ ନାଏକ,

   ପୂର୍ବତନ ନଗରପାଳ ପ୍ରଭାଞ୍ଜନ ପଟ୍ଟନାୟକ, ଜିଲ୍ଲା ବିଜେଡି କୋଷାଧକ୍ଷ ରକ୍ଷାକର ସାହୁ, ବରିଷ୍ଠ ନେତା ଗଦାଧର ପଟ୍ଟନାୟକ, ବିପିନ ଆପଟ, ବୀରଭଦ୍ର ପରିଡା, ଟୁକୁ ପଲେଇ, ଧନୁ ମହାନ୍ତ, ଦୁଲିଆ ରାଠୋର, ଯୁବ ନେତା ଆଶିଷ ଆଚାର୍ଯ୍ୟ, ଟିକୁ ପ୍ରଧାନ, ସତ୍ୟାନନ୍ଦ ଆରୁକ, ମୁନା ପାଣି, ଦେବୁ ପଟ୍ଟନାୟକ, ସଫିକ ଆନସାରୀ, ବାସୁଦେବ ଜେନା, ବାବି ଦାସ, ଲୁଲୁ ସାହୁ, ସଞ୍ଜୟ ନାଏକ, ଟିକିନା ବ୍ରହ୍ମ, ରଞ୍ଜନ ବେହେରା, ରାଜୁ ବାରିକ, ପ୍ରତାପ ମହାକୁଡ଼, ଅରୁଣ ମନ୍ତ୍ରି, ଅଜୟ ଘଡେଇ, ପରମେଶ୍ୱର ବାରିକ, ମନ୍ମଥ ଘଣା, ଭୀମସେନ ଟୁଡୁ, ସୁଶାନ୍ତ ପ୍ରଧାନ, ତାପସ ନାଏକ, ମହିଳା ନେତ୍ରୀ ପୁନମ କୁମାରୀ, ମଞ୍ଜୁଲତା ନାୟକ, ଗୀତାରାଣୀ ଦାସଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *