କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଚମ୍ପୁଆ ବ୍ଲକ୍ ବସିଗା ଗାଁ ର ଜଣେ ଚାଷୀଙ୍କୁ ଧାନ ବିଲରେ ଦଳିଦେଲା ଦନ୍ତହାତୀ। ଧାନ ବିଲରେ ହାତୀ ପଲ ଧାନ ଖାଉଥିବା ବେଳେ ଘଉଡେଇବାକୁ ଚେଷ୍ଟା କରି ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି ଚାଷୀ ବିଶ୍ବନାଥ ମହାନ୍ତ (୪୮) । ୨୫ ଟିକିଆ ହାତୀପଲ ଦୁଇ ଦିନ ହେବ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହି ଆଖପାଖ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଆଜି ବସିରା ଚତୁରି ସାହିରେ ବିଶ୍ବନାଥଙ୍କ ବିଲରେ ଧାନ ଖାଉଥିବା ବେଳେ ସେ ହାତୀକୁ ଘଉଡେଇବାକୁ ଚେଷ୍ଟା କରିଥିଲେ। ମାତ୍ର ହାତୀ ତାକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। । ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ହାତୀ ଆକ୍ରମଣରେ ଜଣେ ମୃତ
