ଶ୍ରମିକଙ୍କୁ ସହାୟତା ଦେବାରେ ପ୍ରଶାସନର ଅଣଦେଖା

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ କେନ୍ଦୁଝର ଜିଲ୍ଲାର ଆଦିବାସୀଙ୍କ ଦୁଃଖସୁଖରେ ସାମିଲ ହୋଇ କେନ୍ଦୁଝରର ବିକାଶ ଧାରା ଆଗକୁ ବଢିବା ଆଶା ରଖିଛନ୍ତି ଜିଲ୍ଲାବାସୀ । କେବଳ ପ୍ରତିଶୃତିରେ ବିକାଶର ଧାରା ଓଡିଶା ସାରା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦେଖାଯାଉଛି ସବୁ ଜିଲ୍ଲା ଅପେକ୍ଷା କେନ୍ଦୁଝର ଜିଲ୍ଲା ଅନେକ କ୍ଷେତ୍ରରେ ଅବହେଳିତ ।

        ଶ୍ରମ ବିଭାଗ କଥା ଦେଖିଲେ କେନ୍ଦୁଝର ଜିଲ୍ଲାକୁ ବେଶୀ ଅଣଦେଖା କରାଯାଉଛି । ଶ୍ରମ ବିଭାଗ ମାସକୁ ଅନ୍ତତଃପକ୍ଷେ ଥରେ ସହାୟତା ଦେବା କଥା । କିନ୍ତୁ, ମେ ମାସ ଶ୍ରମିକ ଦିବସରେ ମାତ୍ର ୪ କୋଟି ଟଙ୍କା ସହାୟତା ହିତାଧିକାରୀଙ୍କୁ ଦିଆଯାଇଥିଲା । ତାପରେ ୪ ମାସ ହେଲା ଶ୍ରମିକଙ୍କୁ କୌଣସି ସହାୟତା ଦିଆଯାଇନାହିଁ । ଯାହାକି ଅନ୍ୟ ଜିଲ୍ଲା ତୁଳନାରେ ବହୁତ କମ । ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲାରେ ଶ୍ରମିକ ଦିବସରେ ୩୫ କୋଟିରୁ ଅଧିକ ସହାୟତା ଦିଆଯାଇଥିଲା l କିନ୍ତୁ କେନ୍ଦୁଝର ସେହି ତୁଳନାରେ ବହୁତ କମ ଅଟେ l

    କେନ୍ଦୁଝର ଜିଲ୍ଲାର ହିତାଧିକାରୀ ବ୍ଲକ ଅଫିସ ଯାଇ ନୟାନ୍ତ ହେଉଛନ୍ତି, କିନ୍ତୁ କିଛି ସୁବିଧା ପାଇ ପାରୁନାହାନ୍ତି । ଆଦିବାସୀ ବହୁଳ ଏହି ଜିଲ୍ଲାର ଲୋକ ସରଳ ଅଟନ୍ତି, ତେଣୁ କିଛି ଶ୍ରମିକ କାର୍ଡଧାରୀ ଦଲାଲ ମାନଙ୍କ ହାବୁଡ଼ରେ ପଡ଼ି ଶୋଷଣର ଶିକାର ହେଉଛନ୍ତି । ଏଣୁ ଏଥିପ୍ରତି ପ୍ରଶାସନ ଦୁଷ୍ଟି ଦେଇ ହିତାଧିକାରୀ କିପରି ଉପକୃତ ହୋଇପାରିବେ ସେ ନେଇ ପଦେକ୍ଷପ ନେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *