ଜ୍ୟୋତିର୍ମୟୀ ଇଣ୍ତିଆନ ଆଇଡ଼ଲ-୧୬ ଚମ୍ପିଆନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଇଣ୍ଡିଆନ୍ ଆଇଡଲ୍-୧୬ର ଚମ୍ପିଆନ ହୋଇଛନ୍ତି  ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ । ଏଥିପାଇଁ ତାଙ୍କୁ ସାରା ଦେଶରୁ  ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ତାଙ୍କ ଜନ୍ମମାଟି ଓଡିଶାରେ ସଙ୍ଗୀତପ୍ରେମୀ ମହଲରେ ଏଥିପାଇଁ ଦେଖା ଦେଇଛି ଅସରନ୍ତି ଉତ୍ସାହ ।

     ନିଜର ସୁମଧୁର ସ୍ୱର ଓ କଠିନ ପରିଶ୍ରମ ବଳରେ ସେ ସମଗ୍ର ଦେଶରେ ଓଡ଼ିଶାର ନାଁ କୁ ଉଜ୍ଜ୍ୱଳ କରିଛନ୍ତି । ତାଙ୍କର ଏହି ନିଷ୍ଠାପର ସାଧନା ଓ ସଫଳତା ବିଶେଷକରି ଯୁବପୀଢିଙ୍କୁ ପ୍ରେରିତ କରିବ ।

Leave a Reply

Your email address will not be published. Required fields are marked *