ଅସହ୍ୟ ଗୁଳୁଗୁଳି: କେନ୍ଦୁଝର ସମେତ ୬ ଜିଲ୍ଲାକୁ ସତର୍କ ସୂଚନା

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ । ଏଥିଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ । ଡହଡହ ଖରାକୁ ଅସହ୍ୟ ଗରମ। ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ଏଥିପାଇଁ ୬ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ହିଟୱେର ସତର୍କତା ଜାରି କରାଯାଇଛି। ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ପ୍ରଚଣ୍ଡ ରୌଦ୍ର ତାପ। ସବୁଠି ହେଉଛି ଅଗ୍ନି ବର୍ଷା। ପଶ୍ଚିମରୁ ଉପକୂଳ ସବୁଠି ହେଉଛି ଗ୍ରୀଷ୍ମ ପ୍ରବାହ।

    ସକାଳ ୯ଟାରୁ ଅନୁଭବ ହେଉଛି ପ୍ରବଳ ଖରା। ତେବେ ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦୁଝର ସମେତ ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ ଓ ଖୋର୍ଦ୍ଧାକୁ ହିଟୱେଭ୍ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ମଧ୍ୟ ୪୦ ଡିଗ୍ରୀ ଉପରେ ୨୪ ସହରର ତାପମାତ୍ରା ଥିବାବେଳେ ୧୬ ଜିଲାକୁ ଅହସ୍ୟ ଗରମ ଓ ଗୁଳୁଗୁଳି ପାଇଁ ଆଲର୍ଟ ଜାରି କରାଯାଇଛି।

    କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୬ ତାରିଖ ଯାଏଁ ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ସୂଚନା ଦିଆଯାଇଛି। ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *