ନର୍ଭେରାମ ଷ୍ଟିଲ ପକ୍ଷରୁ ବଡଘାଗରାରେ ସଫେଇ କାର୍ଯ୍ୟକ୍ରମ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବଡଘାଗରା ଜଳପ୍ରପାତକୁ ବର୍ଷତମାମ ରାଜ୍ୟ ଓ ରାଜ୍ୟ ବାହାରୁ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ବର୍ଷତମାମ ହଜାର ହଜାର ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀ ଏଠାକାର ସବୁଜ ବନାନୀ, ଶାନ୍ତ ପରିବେଶ ଓ  ଆକର୍ଷଣୀୟ ଝରଣାକୁ ମନଭରି ଉପଭୋଗ ପାଇଁ ଆସିଥାନ୍ତି । ମାତ୍ର ପର୍ଯ୍ୟଟକଙ୍କ ସମାଗମ ଓ ସଚେତନତା ଅଭାବରୁ ପ୍ଲାଷ୍ଟିକ ଓ ନାନାଦି ପ୍ରକାର ଆବର୍ଜନାରେ ଚତୁଃପାର୍ଶ୍ଵ ଦୂଷିତ ଓ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥାଏ ।

     ନୂଆବର୍ଷ ଅବସରରେ କେନ୍ଦୁଝର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଟଣ୍ଟସ୍ଥିତ ଖଣି କମ୍ପାନୀ ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ ଏହି ପର୍ଯ୍ୟଟନ କେନ୍ଦ୍ର ବଡଘାଗରା ଠାରେ ଏକ ବଣ ଭୋଜିର ଆୟୋଜନ କରିଥିଲେ ।  ସେହିଦିନ ଏହାର ପରିବେଶକୁ ଦେଖି କମ୍ପାନୀ କର୍ମମରୀ କ୍ଷୋଭ ପ୍ରକାଶ କରିଥିଲେ। ଗ୍ରୀଷ୍ମ ମାସରେ ଏହି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ସହ ଏକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ  ଏକ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରିଥିଲେ ।

     କମ୍ପାନୀର ବରିଷ୍ଠ ଉପସଭାପତି  ସଦାନନ୍ଦ ରଣା ଓ ମାନବ ସମ୍ବଳ ବିଭାଗ ମୁଖ୍ୟ ସରୋଜ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  କମ୍ପାନୀ କର୍ମକର୍ତ୍ତା ଶୁକ୍ରବାର  ବଡଘାଗରା ଠାରେ ସଫେଇ କାର୍ଯ୍ୟକ୍ରମ ସହ  ପର୍ଯ୍ୟଟନସ୍ଥଳର ପରିଷ୍କାର ପରିଚ୍ଛନ୍ନତାର ଆବଶ୍ୟକତା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଚନ୍ଦନ ଆଚାର୍ଯ୍ୟ, ଘନଶ୍ୟାମ ବେରା, ବିଜୟ ସାହୁ, ବିଭୂତି ଦାସ, ପରେଶ୍ୱର ମହାକୁଡ଼, ବଦ୍ରି ଜେନା, ବିକାଶ ମହନ୍ତ, ଛୋଟରାୟ ମହନ୍ତ, ଗଗନ ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଲୋକଙ୍କ ମନରେ ପ୍ରାକୃତିକ ସମ୍ପଦରେ ଭରପୁର ଏହି ପର୍ଯ୍ୟଟନସ୍ଥଳରେ ପରିବେଶର ପରିଷ୍କାର ପରିଚ୍ଛନ୍ନତା ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଲି କମ୍ପାନୀର ସମ୍ପର୍କ ଅଧିକାରୀ ପ୍ରଶାନ୍ତ ମହାନ୍ତି ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *