ନିମ୍ନ ମାନର କଂକ୍ରିଟ ରାସ୍ତା ନିର୍ମାଣ
ଗୋଟିଏ ଦିନରେ ସୂଚନା ଫଳକ, ବାଲି ଫିଲିଂ, ମେଟାଲିଂ ଓ ଢ଼ଳେଇ



କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସାହାରପଡା ବ୍ଲକ ବଡ଼ବିଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ତିଳବେଡା ଗ୍ରାମ ଠାରୁ ବାରତଣିଆଁ ପ୍ରର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି l ଏହି ସିମେଣ୍ଟ କଂକ୍ରିଟ ରାସ୍ତାଟି ଆର୍ଥିକ ବର୍ଷ ୨୦୨୫ -୨୬ ରେ ଅନୁମଦନ ହୋଇ ୪, ୨୬, ୪୦୪ ଟଙ୍କା ବ୍ୟୟ ବରଦାରେ ନିର୍ମାଣ ତାଲିକା ପ୍ରସ୍ତୁତ ହୋଇଥିଲା l

    ଏହି ସିମେଣ୍ଟ କଂକ୍ରିଟ ରାସ୍ତାର ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ଏବଂ ଶେଷ ତାରିଖ ନ ଥିବା ବେଳେ ଗତ ଶନିବାର କାମ ହୋଇଛି l ଗୋଟିଏ ଦିନରେ ସୂଚନାଫଳକ, ରାସ୍ତାରେ ବାଲି ଫିଲିଂ, ମେଟାଲିଂ ପରେ ଚିପ୍ସ ଢ଼ଳେଇ ହୋଇଛି । ସେପଟେ ବ୍ଲକ କାର୍ଯ୍ୟାଳୟରୁ କୌଣସି ଅଧିକାରୀ ବା କର୍ମଚାରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ଶେଷ ହୋଇଛି l କିପରି ଗୋଟିଏ ଦିନରେ ସମସ୍ତ ପ୍ରକାର କାମ କରାଗଲା ଏବଂ ବ୍ଲକ କର୍ମଚାରୀଙ୍କ ଅନୁପସ୍ଥିତିକୁ ନେଇ ଏହି ରାସ୍ତାରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି l

     କିଛି ଦିନ ହେବ ଏହି ରାସ୍ତାଟି ମନରେଗା ଯୋଜନାରେ କାମ ହୋଇଛି ଏବଂ ସେ କାମ ମଧ୍ୟ୍ୟ ଜାରି ରହିଛି କିନ୍ତୁ ଗୋଟିଏ କାମ ଶେଷ ନ ହେଉଣୁ ଆଉ ଏକ ନୂତନ ସିମେଣ୍ଟ କଂକ୍ରିଟ ରାସ୍ତା ତରବରିଆ ଭାବେ ନିର୍ମାଣ ହେଉଛି । ତାହା ପୁଣି ଗୋଟିଏ ଦିନରେ ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରି ଦେଇଥିବାରୁ ଏହା ଏକ ପ୍ରକାର ବଡ଼ ଦୁର୍ନୀତିର ଗନ୍ଧ ବାରି ହୋଉପଡୁଛି l

     ବ୍ଲକ ସରକାରୀ କର୍ମଚାରୀ ଦୁର୍ନୀତି କରିବାରେ ସାମିଲ ଥିବାରୁ ଅଭିଯୋଗ କରିବା ସତ୍ତ୍ଵେ କୌଣସି ପ୍ରକାର କର୍ଣ୍ଣପାତ କରୁ ନାହାନ୍ତି କିମ୍ବା କାମ ଉପରେ ଉପରିସ୍ଥ ଅଧିକାରୀ ତଦାରଖ କରୁ ନଥିବା ହେତୁ ଏହା ଏକ ପ୍ରକାର ବଡ଼ ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି l ଏଥିପ୍ରତି ଜିଲ୍ଲା ଅଧିକାରୀ ଦୃଷ୍ଟି ଦେଇ ଯଥାଶୀଘ୍ର ଦୁର୍ନୀତିରେ ଲିପ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l

Leave a Reply

Your email address will not be published. Required fields are marked *