ତୈଳ ମୂଲ୍ଯ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର):ତୈଳ ଦର ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ସଦର ନିର୍ବାଚନମଣ୍ଡଳୀ ତରଫରୁ ଶନିବାର ଏକ ପ୍ରତୀକାତ୍ମକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାମମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ସକାଳ ୯ ଟାରେ ବିଜୁ ଜନତା ଦଳର ଶତାଧିକ କର୍ମୀ ଏକତ୍ରୀତ ହୋଇ ବିଜେପି ସରକାରର ଜନବିରୋଧୀ କାର୍ଯ୍ୟର ପ୍ରତିବାଦ କରିଥିଲେ ।

       ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେଡ଼ି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ପୂର୍ବତନ ସାସଂଦ ତଥା ବିଜୁ ଜନତାଦଳ ଦଳର ରାଜ୍ୟ ସାଧାରଣ ସମ୍ପାଦକ ମାଧବ ସର୍ଦ୍ଦାର, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ଜିଲ୍ଲାପରିଷଦ ସଦସ୍ୟ ରଥ ମୁଣ୍ଡା, ବିଜୁ ମହିଳା ଜନତା ଦଳ ରାଜ୍ୟ ଉପସଭାନେତ୍ରୀ ମୀନା ମାଝୀ, ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସଦର ବ୍ଲକ ସଭାପତି ଚକ୍ରଧର ପରିଡ଼ା, ବରିଷ୍ଠ ନେତା ରକ୍ଷାକର ସାହୁ, ସତ୍ୟ ନାୟକ, ଅରୁଣ ମନ୍ତ୍ରୀ, ଯୁବନେତା ବାସୁଦେବ ଯେନା, ଏମ.ଡି ସଫିକ, ତାପସ ଦେହୁରୀ, ନରେନ୍ଦ୍ର ନାଏକ, ସୁରେଶ ନାଏକ, କମୁଳୁ ସାହୁ,  ନାରୀନେତ୍ରୀ ପୁନମ କୁମାରୀ, ଗୀତାଞଳୀ ମହାନ୍ତି, ମଞ୍ଜୁଲତା ନାୟକ, ରୁନୁ ମଲ୍ଲିକ, କୁମୁଦିନ ନାଏକ, ଅଞ୍ଜଳୀ ନାଏକ, ତୁଳସୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *