ଏନ୍.ଏସ୍. ପୋଲିସ ହାଇସ୍କୁଲରୁ ୫ ଛାତ୍ରଛାତ୍ରୀ ଏ-୧ ଗ୍ରେଡ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଦୀର୍ଘବର୍ଷର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଚଳିତଥର ମାଟ୍ରିକ ପରୀକ୍ଷାରେ ଏନ୍.ଏସ୍.ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦୁଝରର ୫ଜଣ ଛାତ୍ରଛାତ୍ରୀ ଏ-୧ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ରେକର୍ଡ଼ ସୃଷ୍ଟି କରିବା ସହ ବିଦ୍ୟାଳୟର ହୃତ ଗୌରବ ଫେରାଇ ଆସିଛନ୍ତି। ଆଶିଷ ମହାନ୍ତ, ସୁପ୍ରିୟା ସିଟ୍, ବିନୀତ କୁମାର ବିଶ୍ୱାଳ, ସୋମ୍ୟ ରଞ୍ଜନ ସାହୁ ଓ ଓମ୍ ପ୍ରକାଶ ମହାନ୍ତ ବିଦ୍ୟାଳୟ ପାଇଁ ଏହି ସଫଳତା ଆଣି ଦେଇଛନ୍ତି ।

    କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କ ମଧ୍ୟରେ ଏ-୧ ଗ୍ରେଡରେ ଏନ୍.ଏସ୍.ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମସ୍ଥାନ ଅଧିକାର କରିଛି । ଯାହା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟାବୃନ୍ଦ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି।

    ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଚେଷ୍ଟା ତଥା ଛାତ୍ରଛାତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ ବିଦ୍ୟାଳୟ ପାଇଁ ଏହି ଐତିହାସିକ ସଫଳତା ଆଣି ଦେଇଛି ବୋଲି ପ୍ରଧାନଶିକ୍ଷୟିତ୍ରୀ ବେଳା ରାଉତ ମତବ୍ୟକ୍ତ କରିଛନ୍ତି । ଏଥିସହ ବିଦ୍ୟାଳୟର ଶତ ପ୍ରତିଶତ ପରୀକ୍ଷା ଫଳ ପାଇଁ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *