ନଦୀରେ ଭାସି ଯାଇ ଜଣେ ଯୁବକ ମୃତ:୩ ଉଦ୍ଧାର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଘଟଗାଁ ଥାନା ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତଣ୍ଡିବେଡା-ମନୋହରପୁର ଗ୍ରାମ ମଧ୍ୟସ୍ଥ ସୀତା ନଦୀ ପୋଲ ନିକଟରେ ସୋମବାର ଉପର ମୁଣ୍ଡରୁ ଆସୁଥିବା ବଢ଼ି ପାଣିରେ ସେଠାରେ ଗାଧାଉଥିବା ଲକ୍ଷ୍ମିପଶି ଗ୍ରାମର ୪ଜଣ ଯୁବକ ଭାସି ଯାଇଥିଲେ। ପୂର୍ବାହ୍ନ  ପ୍ରାୟ ୧୦ଟାରେ ଏହି ଘଟଣା ଘଟିଥିବା ବେଳେ ଭାସିଯାଇଥିବା ୪ଜଣଙ୍କ ମଧ୍ୟରୁ ୩ଜଣ ପହଁରି ପହଁରି କୂଳରେ ଲାଗି ପ୍ରାଣ ରକ୍ଷା କରିବାରେ ସକ୍ଷମ ହୋଇଥିବା ବେଳେ ଆଉ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

               ଘଟଗାଁ ଅଗ୍ନିଶମ ବାହିନୀ ଅପରାହ୍ନ ପ୍ରାୟ ୨.୩୦ ମି.ରେ ମୃତକ ଲକ୍ଷ୍ମୀପଶି ଗ୍ରାମର ଟିକେଇ ନାଏକ (୩୦) ର ଶବକୁ ଉଦ୍ଧାର କରିଛନ୍ତି। ନିଶ୍ଚିତ ମୃତ୍ୟୁ ମୁଖରୁ ୩ ଜଣ ବର୍ତ୍ତି ଯାଇଥିବା ଯୁବକମାନେ ଲକ୍ଷ୍ମୀପଶୀ ଗ୍ରାମର  ବିରଞ୍ଚି ନାଏକ, ବସନ୍ତ ନାଏକ ଓ ଅଜିତ ନାଏକ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *