ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି: ଆତ୍ମସମର୍ପଣ କଲେ ୩ ଯନ୍ତ୍ରୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରର ବହୁଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଘଟଣାରେ ବିଦ୍ୟୁତ୍ ବିଭାଗର ୩ ଅଭିଯୁକ୍ତ ଯନ୍ତ୍ରୀ ସୋମବାର କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇବା ପରେ କେନ୍ଦୁଝର କୋର୍ଟରେ ସୋମବାର ଯନ୍ତ୍ରୀ ମନୋରଞ୍ଜନ ଜେନା, ଚିତରଞ୍ଜନ ମିସ୍ତ୍ରୀ ଓ ମୀନକେତନ ସାମଲ ଆତ୍ମସମର୍ପଣ କରିଛନ୍ତି । ପ୍ରକାଶଥାଉକି, ଏହି ବହୁଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲା ରାଜ୍ୟର ୫ ଜିଲ୍ଲାରେ ବ୍ୟାପିଥିଲା। ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଠିକାଦାର ବିଭୂତି ଭୂଷଣ ବିଶ୍ୱାଳ ଜେଲ ଯାଇଥିବା ବେଳେ ଏବେ ତାଙ୍କୁ ଜାମିନ ମିଳିଛି ।

Leave a Reply

Your email address will not be published. Required fields are marked *