ଗଣତନ୍ତ୍ର ହତ୍ୟାକାରୀଙ୍କୁ କ୍ଷମା ଦିଆଯିବ ନାହିଁ: କଂଗ୍ରେସ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଭୋଟ ଚୋରି କରି ଗଣତନ୍ତ୍ରକୁ ହତ୍ୟାକାରୀ ମାନଙ୍କୁ କଂଗ୍ରେସ ଦଳ କେବେବି କ୍ଷମା ଦେବ ନାହିଁ ବୋଲି ଚେତାବନୀ ଦେଇଛି l କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ କୁମାର ଜେନାଙ୍କ ନେତୃତ୍ୱରେ ସୋମବାରୁ  ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ଏଆଇସିସି ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସବୁ ଜ଼ିଲ୍ଲା ସଦର ମହକୁମା ଠାରେ ଏହି ବିକ୍ଷୋଭ କରାଯାଇଛି l

       ସ୍ଥାନୀୟ କଂଗ୍ରେସ ଭବନରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପ୍ରତିବାଦ ଶୋଭାଯାତ୍ରା ହୋଇଛି l ଗଣତନ୍ତ୍ରକୁ ନିଜର ହାତଵାରିସି କରି ଭୋଟ ଚୋରି କରିଛନ୍ତି l ଭାରତବର୍ଷର ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଦେଶରେ ୧୦ କୋଟି ଭୋଟରଙ୍କ ନାମ ଭୋଟର ଲିଷ୍ଟରୁ କlଟିବା ଏବଂ ଓଡ଼ିଶାର ୨୦ ଲକ୍ଷ ଭୋଟରଙ୍କ ନାମ ଭୋଟର ଲିଷ୍ଟରୁ କାଟିବା ଓ କେନ୍ଦୁଝର ଜ଼ିଲ୍ଲାର ୬୪ ହଜାର ଭୋଟର ଲିଷ୍ଟରୁ ବାଦ ପଡିବା ଏକ ଦୁର୍ଭାଗ୍ୟଜନକ l

     ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହିତ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇଙ୍ଗିତରେ ଏଭଳି ଏକ ଗଣତନ୍ତ୍ରକୁ ହତ୍ୟାକରୀ ପ୍ରମାଣ ହୋଇ ଯିବାପରେ ତୁରନ୍ତ ତାଙ୍କର ଇସ୍ତଫା ଦାବି କରିଛି କଂଗ୍ରେସ l ଏଥିସହିତ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିବା ଅପରାଧରେ ତାଙ୍କ ଇସ୍ତଫା ଦାବି କରାଯାଇଛି । ସେହିପରି ଯୁପିଆଇରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଡ୍ରୋନଲ ଟ୍ରମ୍ପଙ୍କ ଭୟରେ ୪ ପ୍ରତିଶତ ଟିକସ ଭାରତ ବର୍ଷରେ ୧୪୦ କୋଟି ଲୋକଙ୍କ ଉପରେ ଟିକସ୍ ପ୍ରତ୍ୟାହlର କରିବା ପାଇଁ ମଧ୍ୟ ଏ ପ୍ରତିବାଦ ଯାତ୍ରା କରାଯାଇଥିଲା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ଦେଶଦ୍ରୋହୀ ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l

Leave a Reply

Your email address will not be published. Required fields are marked *