କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶା ସରକାର ମଙ୍ଗଳବାର ଆଇଏଏସସ୍ତରରେ ଏକ ଅଦଳବଦଳ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ ବିଶ୍ୱାଳଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ବୀରେନ୍ଦ୍ର କୋରକୋରାଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଭାବେ ଯୁଗଳେଶ୍ୱରୀ ଦାଶଙ୍କୁ ନିଯୁକ୍ତି ଦିଆଯାଇଛି ।
ସେହିପରି ଗୃହ ବିଭାଗ ଅତିରିକ୍ତ ସଚିବ ଆରାଧନା ଦାସଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅବକାରୀ ବିଭାଗ ଅତିରିକ୍ତ ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ‘ଆୟୁଷ’ର ନିର୍ଦ୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଅଞ୍ଜନା ପଣ୍ଡାଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ ଓ ସୁନ୍ଦର ମାଧବ ପାଢୀଙ୍କୁ ଓଡ଼ିଶା ମାରିଟାଇମ୍ ବୋର୍ଡର ସିଓଓ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହ ଶ୍ରୀ ପାଢୀ ଓଏସଆରଟିସିର ଜେନେରାଲ ମ୍ୟାନେଜର ଦାୟିତ୍ୱରେ ମଧ୍ୟ ରହିବେ ।
