ମହିଳା ଆୟୋଗ ଜନଶୁଣାଣି କାର୍ଯ୍ୟକ୍ରମ



କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ମହିଳାଙ୍କ ବିରୁଦ୍ଧରେ ଘରୋଇ ହିଂସା, ନିର୍ଯ୍ୟାତନା, ଯୌତୁକ ନିର୍ଯ୍ୟାତନା, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯ୍ୟାତନା, ସାଇବର ଅପରାଧ, ଛାଡପତ୍ର, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲ୍ଲଂଘନ ଏବଂ ମହିଳା କଲ୍ୟାଣ  ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଉପସ୍ଥାପନା ଓ ଶୁଣାଣି ପାଇଁ ମହିଳାମାନଙ୍କୁ ଏକ ନିଶୁଳ୍କ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟରେ ଜାତୀୟ ମହିଳା ଆୟୋଗ ଏବଂ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ସହଯୋଗରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ସୋମବାର କେନ୍ଦୁଝର ଏବଂ ଦେବଗଡ ଜିଲ୍ଲା ସକାଶେ ଦରବାରହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।

   ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷାତାରେ ଅନୁଷ୍ଠିତ ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳର ସମୁଦାୟ ୩୪ଟି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ସେଥିମଧ୍ୟରୁ ୧୩ଟି ମାମଲାରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ପକ୍ଷମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି ହୋଇ ୭ଟି ମାମଲାର ଫଏସଲା ହୋଇଥିଲା । ୩ଟି ମାମଲାକୁ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଥିଲା ଓ ଗୋଟିଏ ମାମଲାରେ ଅନ୍ୟ କର୍ତ୍ତୃପକ୍ଷଙ୍କୁ ପ୍ରେରଣ କରାଯାଇଥିଲା ଏବଂ ୨ଟି ମାମଲାରେ ପକ୍ଷମାନଙ୍କୁ ଆୟୋଗରେ ପୁନଃ ଉପସ୍ଥିତ ନିମନ୍ତେ ନୋଟିସ ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା ।

    ଉକ୍ତ ଜନ ଶୁଣାଣି କାର୍ଯ୍ୟକ୍ରମରେ କେନ୍ଦୁଝର ଓ ଦେବଗଡ ଜିଲ୍ଲାଗ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆବଶ୍ୟକ ମାମଲା ଗୁଡିକରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ୍ ଦାଖଲ କରିଥିଲେ । ସେହିପରି ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୮ଟି ନୂତନ ମାମଲାର ପଞ୍ଜିକରଣ ହୋଇଥିଲା ।

   ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏବଂ ଆୟୋଗ ସଦସ୍ୟା ପ୍ରତିଭା ଶତପଥିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ, ଦେବଗଡ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର, କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ , କେନ୍ଦୁଝର ଅତିରିକ୍ତ ଉପଆରକ୍ଷୀ ଅଧୀକ୍ଷୀକା ପୂଜା ଧାମ, କେନ୍ଦୁଝର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସବିତା ଦାସ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ, ଜିଲ୍ଲା ସୁରକ୍ଷା ଅଧିକାରୀ ଚନ୍ଦ୍ରକାନ୍ତି ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଅକ୍ଷୟ କୁମାର ଚକ୍ର, କେନ୍ଦୁଝର ପରିବାର ପରାମର୍ଶ କେନ୍ଦ୍ରର କାଉନସେଲର ଜୟଶ୍ରୀ ଦାଶ ଓ ବିନୋଦ ବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଜନଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *