ଜୟଦେବ ଜେନାଙ୍କୁ ହତ୍ୟା ଧମକ ମାମଲାରେ ୨ ଗିରଫ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶା କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ମାମଲାରେ ନନ୍ଦିପଦା ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଯାଜପୁରରୋଡ୍ ନୂଆଗାଁ ଗ୍ରାମର ମାନଗୋବିନ୍ଦ ବାରିକଙ୍କ ପୁଅ ହରମୋହନ (୨୭) ଏବଂ ସେହି ଗ୍ରାମର ସୁବାଷ ନଟିଆଙ୍କ ପୁଅ ରାକେଶ (୨୯) । ରବିବାର ରାତିରେ ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ନୂଆଗାଁରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

  ଚଳିତମାସ ୯ ତାରିଖରେ କେହି ଜଣେ ଅଜଣା ବ୍ୟକ୍ତି ପୂର୍ବତନ ପିସିସି ସଭାପତି ଶ୍ରୀ ଜେନାଙ୍କୁ ହତ୍ୟା ଧମକ ଦେଇଥିଲେ। ଅଭିଯୁକ୍ତଙ୍କୁ ଗିରଫ ସହ ନିଜ ସୁରକ୍ଷା ଦାବି କରିଥିଲେ ଜୟଦେବ। ଏ ନେଇ ଶ୍ରୀ ଜେନା କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ଏହି ଧମକକୁ ନେଇ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ, ପୁଲିସ୍‌ ଡିଜି ଏବଂ କେନ୍ଦୁଝର ଏସପିଙ୍କୁ ମଧ୍ୟ ଜଣାଇଥିଲେ । ଏହାକୁ ଗୁରୁତର ଭାବେ ବିଚାର କରି କେନ୍ଦୁଝର ଏସପି ଙ୍କ ନିର୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ୍ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *