ଦାରା ସିଂଙ୍କ ମୁକ୍ତି ମାମଲା:ସେପ୍ଟେମ୍ବର ୨ ସୁଦ୍ଧା ନିଷ୍ପତ୍ତି

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଅଷ୍ଚ୍ରେଲୀୟ ଖ୍ରୀଷ୍ଟ ଧର୍ମ ପ୍ରଚାରକ ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ହତ୍ୟା ମାମଲାରେ ଆଜକୁ ଦୀର୍ଘ ୨୬ ବର୍ଷ ଧରି କେନ୍ଦୁଝର ଜିଲା କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲଙ୍କ ମୁକ୍ତି ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି। ଦାରା ସିଂଙ୍କ ମୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ଓଡ଼ିଶା ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡକୁ ସୁପ୍ରିମକୋର୍ଟ ଆଉ ଏକ ଶେଷ ସୁଯୋଗ ଦେଇଛନ୍ତି।

      ପୂର୍ବ ଶୁଣାଣିରେ ଅଗଷ୍ଟ ୧୯ ତାରିଖ ସୁଦ୍ଧା ଦାରା ସିଂଙ୍କ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଥିଲା। ତେବେ ଏହି ଶୁଣାଣିରେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ସରକାରୀ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା। ମାମଲାକୁ ଆଉ କିଛି ସମୟ ଘୁଞ୍ଚାଇବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା।ସରକାରଙ୍କ ଏହି ଅନୁରୋଧରେ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ। ଏପର୍ଯ୍ୟନ୍ତ ନିଷ୍ପତ୍ତି କାହିଁକି ନିଆଯାଇନାହିଁ ବୋଲି ବିଚାରପତି ପ୍ରଶ୍ନ କରିଥିଲେ। ଏଥିସହ କାରାଗାର ମହାନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ଏକ ଚିଠି କୋର୍ଟରେ ଦାଖଲ ହେବା ନେଇ ମଧ୍ୟ ଖଣ୍ଡପୀଠ ପ୍ରଶ୍ନ ଉଠାଇଥିଲେ। ଦାରା ସିଂ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କ ପୂର୍ବ ପୃଷ୍ଠଭୂମି ଓ ଆଚରଣ ସମ୍ପର୍କିତ ତଥ୍ୟ ସେଠାକାର କର୍ତ୍ତୃପକ୍ଷଙ୍କ ଠାରୁ ମଗାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

Leave a Reply

Your email address will not be published. Required fields are marked *