ଡିଜିପି ନିଯୁକ୍ତି ପ୍ରସଙ୍ଗ;ସେପ୍ଟେମ୍ବର ୨ରେ ପରବର୍ତ୍ତୀ ଶୁଣାଣି

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଖଲ ପିଆଇଏଲ ପ୍ରସଙ୍ଗରେ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

          ଓଡ଼ିଶା ପୁଲିସ ମହାନିର୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ଦେଖାଦେଇଥିବା ବିବାଦୀୟ ମାମଲାର ୧୮ ଅଗଷ୍ଟରେ ଶୁଣାଣି ଧାର୍ଯ୍ୟ ହୋଇଥିଲା। ଏ ନେଇ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ୧୮ ଅଗଷ୍ଟ ପର୍ଯ୍ୟନ୍ତ ଡିଜିପି ଚୟନ ନେଇ ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ କମିଶନ (UPSC) କୌଣସି ନିଷ୍ପତ୍ତି ନେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ କହିଥିଲେ।

Leave a Reply

Your email address will not be published. Required fields are marked *