ଦେଶପ୍ରେମ ନାରାରେ ତ୍ରିରଙ୍ଗା ଯାତ୍ରା ମୁଖରିତ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସ୍ୱାଧୀନତା ଦିବସ ପାଳନ ଅବସରର ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅନ୍ତର୍ଗତ ଶୁକ୍ରବାର ଜିଲ୍ଲା ପ୍ରଶାସନ ତରଫରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂହ ଆନୁଷ୍ଠାନିକ ଭାବେ ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ହାତରେ ଜାତୀୟ ପତାକା ଧରି, ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍ ନାରାରେ ସମଗ୍ର ସହରକୁ ପ୍ରକମ୍ପିତ କରିଥିଲେ।

       ଷ୍ଟାଡିୟମ ପଡ଼ିଆରୁ ବାହାରି ଏହି ଯାତ୍ରା ସହରର ପ୍ରମୁଖ ଛକ ପରିକ୍ରମା କରିବା ସହ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାବୋଧ ଓ ଦେଶପ୍ରେମର ବାର୍ତ୍ତା ବାଣ୍ଟିଥିଲା। ପ୍ରତ୍ୟେକ ନାଗରିକ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇ ଦେଶର ବୀର ସହୀଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା। 

        ଏହି ଶୋଭାଯାତ୍ରାରେ ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସୁକାନ୍ତ ମାଝୀ, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ, ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ସ୍ୱତଃସ୍ଫୂର୍ତ୍ତ ଭାବେ ହାତରେ ତ୍ରିରଙ୍ଗା ଧରି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *