କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଧଳା ଚନ୍ଦନ କାଠ ବେଆଇନ ରଖିବା ଏବଂ ପରିବହନ ମାମଲାରେ କେନ୍ଦୁଝର ବନ ବିଭାଗ କେନ୍ଦ୍ରାପଡ଼ା ଜିଲ୍ଲା ମଧୁକରପୁର ଗ୍ରାମର ସୟଦ ଫିରୋଜ ଅଲି (୫୫) ଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ।
ବିଶେଷସୂତ୍ରରୁ ଖବରପାଇ ବନ ବିଭାଗ ପକ୍ଷରୁ ଶକ୍ରବାର ରାତିରେ କେନ୍ଦୁଝରର କରଞ୍ଜିଆ ବସଷ୍ଟାଣ୍ଡ ନିକଟସ୍ଥ ‘ପାପାଲି ହୋଟେଲ’ରେ ଚଢଉ କରି ସୟଦଙ୍କ ନିକଟରୁ ୧୧.୧୬୫ କିଲୋଗ୍ରାମ ଚନ୍ଦନ କାଠ ଜବତ କରାଯାଇଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ. ଡି ଗଣମାଧ୍ଯମକୁ ସୂଚନା ଦେଇଛନ୍ତି । ପଡୋଶୀ ମୟୂରଭଞ୍ଜ ଜିଲ୍ଲାର ଚଢେଇଭୋଳ ସହିତ ଏହି ଧଳା ଚନ୍ଦନ କାଠ କାରବାରର ସମ୍ପୃକ୍ତି ନେଇ ଅଧିକ ତଦନ୍ତ କରାଯାଉଛି ବୋଲି ଡିଏଫଓ କହିଛନ୍ତି ।
