ସରକାରୀ ଅର୍ଥ ଆତ୍ମସାତ୍ ମାମଲା:ଚମ୍ପୁଆ ବ୍ଲକର ଅବସରପ୍ରାପ୍ତ କର୍ମଚାରୀ ଗଣେଶ୍ୱର ଗିରିଙ୍କୁ ୨ବର୍ଷ ଜେଲ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡ଼ିଶା ଭିଜିଲାନ୍ସ ଏକ ଦୁର୍ନୀତି ମାମଲାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କିରାଣୀ ତଥା ଷ୍ଟୋର ଇନଚାର୍ଜ ଗଣେଶ୍ଵର ଗିରିଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କିରାଣୀ ତଥା ଷ୍ଟୋର ଇନଚାର୍ଜ ଗଣେଶ୍ୱର ଗିରି (ଅବସରପ୍ରାପ୍ତ) ଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ପି.ସି ଆଇନ, 1988/409/468/471 IPC ର 13(2) r/w 13(1)(c) ଅନ୍ତର୍ଗତ ଚାର୍ଜସିଟ୍ କରାଯାଇଥିଲା।

    ସରକାରୀ ସମ୍ପତ୍ତିର ଅପବ୍ୟବହାର କରି ୨୦୦୭-୦୮ରୁ ୨୦୧୦-୧୧ ପର୍ଯ୍ୟନ୍ତ ଚମ୍ପୁଆ ବ୍ଲକ ପାଣ୍ଠିକୁ ବ୍ଲକର ସିମେଣ୍ଟ ଷ୍ଟକ୍ ରେଜିଷ୍ଟରରେ ହେରଫେର ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି କେନ୍ଦୁଝର ଭିଜିଲାନ୍ସ ମଙ୍ଗଳବାର ଚୁଡାନ୍ତ ଶୁଣାଣୀ କରି ଅଭିଯୁକ୍ତ ଶ୍ରୀ ଗିରିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦୦୦୦ ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଶ୍ରୀ ଗିରି ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ବର୍ତ୍ତମାନ ତାଙ୍କ ପେନସନ ବନ୍ଦ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *