କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): :ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁର ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ ଅଭିଭାଷଣ ରଖିଛନ୍ତି । ଗୋଟିଏ ମଞ୍ଚରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀ ମାଝୀ ସ୍ଵାଗତ ଜଣାଇବା ସହ ଜନ୍ମଦିନ ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ । ପ୍ରଧାନମନ୍ତ୍ରୀଙ୍କୁ କଲ୍ୟାଣକାରୀ ଯୋଜନା ପାଇଁ ପ୍ରଶଂସା ଅଜାଡ଼ି ଦେଲେ । ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ଯେଉଁ ଯୋଜନା ଆଣିଛନ୍ତି,ସଫଳତା ମିଳିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨ ବର୍ଷର ରାଜ୍ୟ ଶାସନର ସଫଳତା ନେଇ ସେ ତଥ୍ୟ ରଖିଛନ୍ତି। ରାଜ୍ୟର ଡବଲ ଇଞ୍ଜିନ ଶାସନରେ ବିକାଶ ତ୍ବରାନ୍ବିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଶ୍ରୁତି ପ୍ରତିବଦ୍ଧତା ନେଇ ରାଜ୍ୟ ସରକାର କାର୍ଯ୍ୟ କରି ଚାଲିଛନ୍ତି ।

ରାଜ୍ୟରେ ଜନହିତକାରୀ କଲ୍ୟାଣ ଉଦ୍ୟମରେ ତିଳେମାତ୍ର ହେଳା କରିବୁନି ବୋଲି ପୁଣି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଅନେକ କଲ୍ୟାଣକାରୀ ଯୋଜନା ଲାଗୁ ହୋଇଥିବା ସେ କହିଛନ୍ତି । ମୟୁରଭଞ୍ଜରେ ଏକାଠି ହେଲେ ରାଷ୍ଟ୍ରପତି ଓ ମୋଦୀ । ରାଜ୍ୟ ପାଇଁ ଆସୁଛି ବଡ ଉପହାର, ୪୭ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ, ରାସ୍ତା, ରେଳ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି। ରାଇରଙ୍ଗପୁରରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ରଖିଛନ୍ତି ତାଙ୍କ ଅଭିଭାଷଣ ।
