ଚମ୍ପୁଆ ରେଞ୍ଜରେ ୩୭ଟିକିଆ ହାତୀପଲ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜର ଲୋକ ଗୀତ ‘ବନସ୍ତେ ଡାକିଲା ଗଜ,ବରଷକେ ଥରେ ଆସିଛି ରଜ’ର ବହୁତ ପ୍ରତୀକାତ୍ମକ ଅର୍ଥ ରହିଛି। ଆଜି ସାରା ରାଜ୍ୟରେ ଗଣପର୍ବ ରଜକୁ ଲୋକେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରୁଥିବାବେଳେ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନରେ ୩୭ଟିକିଆ ହାତୀପଲକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
        ରଜରେ ଚମ୍ପୁଆ ରେଞ୍ଜରେ ୩୭ଟି ହାତୀ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଗାଁମୁଣ୍ଡ ଗଛ ନିକଟ ଧାନ ବିଲରେ ଡାକ ଦେଉଥିବା ଦେଖିବାକୁ ମିଳୁଛି। ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନରେ ୩୭ଟି ହାତୀ ଦୁରଭାଗରେ ବିଭକ୍ତ ହୋଇ ବ୍ୟାପକ ଉପଦ୍ରବ ଜାରି ରଖିଛନ୍ତି। ଗୋଟିଏ ଗୋଠ ଛଡ଼ା ଦନ୍ତା ଉଖୁଣ୍ଡା ସେକ୍ସନର ରୂପାକୁଣ୍ଡରେ ଲୋକଙ୍କ ନିଦ ହଜାଇଦେଇଛି।

      ରବିବାର ରାତି ୫ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜରୁ ମୟୁରଭଞ୍ଜକୁ ଚାଲି ଯାଇଥିବା ବେଳେ ୨ସପ୍ତାହ ତଳେ ଚମ୍ପୁଆରୁ ପାଟଣା ରେଞ୍ଜକୁ ଯାଇ ୨୫ଟିକିଆ ହାତୀ ପଲ ମୟୁରଭଞ୍ଜ ମଧ୍ୟ ଦେଇ ଏବେ ଚମ୍ପୁଆ ରେଞ୍ଜ ମୁହାଁ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ହାତୀ ସୁରକ୍ଷା ପାଇଁ ଚମ୍ପୁଆ ଉପଖଣ୍ଡରେ ପ୍ରସ୍ତାବିତ କାରୋ-କରମପଦା ହାତୀ କରିଡର ଶାୀତଳଭଣ୍ଡାରରେ ପଡ଼ିରହିଛି। ଏଣୁ ଏବେ ବନସ୍ତେ ନୁହେଁ ରଜରେ ଗାଁରେ ଡାକୁଛି ଗଜ ବୋଲି ସାଧାରଣରେ ଆଲୋଚନା ଜୋର୍‌ ଧରିଛି।

Leave a Reply

Your email address will not be published. Required fields are marked *