ଭୁବନେଶ୍ୱରରେ ଗୋଟିଏ ଟ୍ରାକରେ ୨ ଟ୍ରେନ୍ ମୁହାଁମୁହିଁ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଗୁରୁବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ବଡ ଅଘଟଣରୁ ବର୍ତ୍ତିଲା ଦୁଇଟି ଟ୍ରେନ୍। ଗୋଟିଏ ଟ୍ରାକରେ ୨ଟି ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି । ଗୁରୁବାର ଝାରପଡା ବ୍ରିଜ୍ ନିକଟରେ ଏଭଳି ଅଘଟଣ ଘଟିଛି । ଭୁବନେଶ୍ୱରରେ ମୁହାଁମୁହିଁ ହୋଇଛି ୨ଟି ଟ୍ରେନ୍। ଗୋଟିଏ ଟ୍ରେନ୍ ମଞ୍ଚେଶ୍ୱରରୁ ଭୁବନେଶ୍ୱର ଷ୍ଟେସନ ଆସୁଥିବା ବେଳେ ଅନ୍ୟଟି ଭୁବନେଶ୍ୱର ଷ୍ଟେସନରୁ ସଫେଇ ପାଇଁ ମଞ୍ଚେଶ୍ୱର ଯାଉଥିଲା। ଟ୍ରେନଟି ସଫେଇ ପାଇଁ ଯାଉଥିବା ବେଳେ ଟ୍ରେନରେ କେହି ଯାତ୍ରୀ ନଥିଲେ। ଉଭୟ ଟ୍ରେନର ଲୋକୋ ପାଇଲଟ୍ ସୁରକ୍ଷିତ ଅଛନ୍ତି। ଖବରପାଇ ଘଟଣାସ୍ଥଳରେ ରେଳ କର୍ତ୍ତୃପକ୍ଷ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *