କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା ପେରିୟାପାଲ୍ଲୀଆମସ୍ଥିତ ସେଣ୍ଟ ପିଟର୍ସ ପର୍ଲ ସି -ଫୁଡ ଏକ୍ସପୋର୍ଟ କମ୍ପାନୀରେ ଏମୋନିଆ ଗ୍ୟାସ ଲିକ ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ହୋଇଛି l ମୃତ ଯୁବତୀ ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନାଳି ସାହିର ବୃନ୍ଦା ଜୁଆଙ୍ଗଙ୍କ ଝିଅ କବିତା ଜୁଆଙ୍ଗ ବୋଲି ଜଣାପଡିଛି ।
ଦୁର୍ଘଟଣା ଦିନ ଠାରୁ କବିତା ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ସୁଦ୍ଧା ଏହି ଦୁର୍ଘଟଣାରେ ୧୧ଜଣ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଶନିବାର କବିତା ଜୁଆଙ୍ଗଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି l
