ରଥଯାତ୍ରାରେ ଅଧାକୁ କମିବ କର୍ଡନ୍ ପାସ୍: ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆଗାମୀ ପବିତ୍ର ରଥଯାତ୍ରାକୁ ଅଧିକ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରଥର ଇନର୍ କର୍ଡନ୍ ଅଞ୍ଚଳ ପାଇଁ ଜାରି ହେଉଥିବା ଭିଆଇପି ଓ ଭିଭିଆଇପି କର୍ଡନ୍ ପାସ୍ ସଂଖ୍ୟାକୁ ଏଥର ପୂର୍ବବର୍ଷ ତୁଳନାରେ ଅଧାକୁ କମାଯାଇଛି। ଏ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

     ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ ଅନୁସାରେ କର୍ଡନ୍ ପାସ୍ ସଂଖ୍ୟା ହ୍ରାସ କରାଯାଇଛି। ଏହାଦ୍ୱାରା ରଥ ନିକଟରେ ଅନାବଶ୍ୟକ ଭିଡ଼ କମିବ ଏବଂ ଭକ୍ତଙ୍କ ଚଳାଚଳ ସହ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଚାରୁ ହେବ। ରଥଯାତ୍ରା ସମୟରେ ଭିଡ଼ ପରିଚାଳନା ପାଇଁ ଅଭିଜ୍ଞ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସମସ୍ତ ସେବାୟତ ନିଯୋଗଙ୍କ ସହ ଏକାଧିକ ପର୍ଯ୍ୟାୟରେ ଆଲୋଚନା ମଧ୍ୟ ସରିଛି। ସମସ୍ତଙ୍କ ସହଯୋଗ ଓ ସହମତିରେ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଆଇନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *