କେନ୍ଦୁଝରରେ ୫୬ତମ ଶ୍ରୀରାମ ନବମୀ ମହୋତ୍ସବ

୨୮ରେ ନଗର ପରିକ୍ରମା ଓ ସଙ୍କୀର୍ତ୍ତନ ମହୋତ୍ସବ





କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ମାଇନିଂରୋଡ ପକ୍ଷରୁ ଗୁରୁବାର ଠାରୁ ୫୬ତମ ଶ୍ରୀରାମ ନବମୀ ମହୋତ୍ସବ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶେଷକରି ୯ ଦିନବ୍ୟାପୀ ପବିତ୍ର ପବିତ୍ର ଶ୍ରୀ ଶ୍ରୀ ରାମଚରିତ ମାନସ ନବାହୁ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ନିମନ୍ତେ ଅୟୋଜନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗୁରୁବାର ଠାରୁ ସୋମବାର ପର୍ଯ୍ୟନ୍ତ ୫ଦିନବ୍ୟାପୀ ପୁରୀ ଗୋପରୁ ଆସିଥିବା ପ୍ରବଚକ ଅଧ୍ୟାପକ ସନ୍ତୋଷ କୁମାର ସାହୁଙ୍କ ଦ୍ଵାରା ଶୀବ ପାର୍ବତୀ ବିବାହ, ଶ୍ରୀରାମଙ୍କ ଜନ୍ମ ଉତ୍ସବ ଓ ବାଲ୍ୟଲୀଳା, ସୀତାରାମ ବିବାହ ଓ ପର୍ଶୁରାମ ଭେଟ, ଶ୍ରୀରାମଙ୍କ ବନଗମନ ଓ କୈବର୍ତ୍ତ ପ୍ରସଙ୍ଗ ଏବଂ ଭରତ ମିଳନ ପ୍ରସଙ୍ଗରେ ଶ୍ରଦ୍ଧାଳୁଙ୍କୁ ପ୍ରତ୍ୟହ ପ୍ରବଚନ ଶୁଣାଇ ଆସୁଛନ୍ତି । ମାର୍ଚ୍ଚ ୨୪ରୁ ୨୬ ତାରିଖ ପଯ୍ୟନ୍ତ ଖୋଦ୍ଧାର ପ୍ରବଚକ ମୃତ୍ୟୁଞ୍ଜୟ ଚୌଧୁରୀ ସୀତା ହରଣ ଓ ଜଟାୟୁ ପ୍ରସଙ୍ଗ, ଶ୍ରୀ ହନୁମାନ ଭେଟ ଓ ବାଳିବଧ ଳିବଧ ଏବଂ ମେଘନାଦ ବଧ ଓ ରାବଣ ବଧ ସମ୍ପର୍କିତ ପ୍ରବଚନ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି ।

      ୨୭ ତାରିଖ ସନ୍ଧ୍ୟାରେ ମନ୍ଦିର ପୂଜକ ବ୍ରଜ କିଶୋର ମହାପାତ୍ର ପ୍ରଭୁ ଶ୍ରୀରାମଙ୍କ ମଙ୍କ ରାଜ୍ୟାଭିଷେକ ପ୍ରସଙ୍ଗରେ ପ୍ରବଚନ ଦେବେ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୧୯ରୁ ୨୭ ତାରିଖ ପ୍ରତ୍ୟହ ସକାଳ ୮ଘଟିକାରୁ ଷୋଡଶ । ଉପଚାର ପୂଜା, ସୂର୍ଯ୍ୟ ପୂଜା ଓ ଗୋ-ମାତା ପୂଜା ଏବଂ ପ୍ରତ୍ୟହ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ପାଠ କାର୍ଯ୍ୟକ୍ରମକ କ୍ରମକୁ ମନ୍ଦିର ପୂଜକ ବ୍ରଜ କିଶୋର ମହାପାତ୍ରଙ୍କ ଦ୍ଵାରା ହୋଇଆସୁଛି ।

     ମାର୍ଚ୍ଚ ୨୮ ତାରିଖ ଅପରାହ୍ନ ୪ ଟାରୁ ପ୍ରଭୁ ଶ୍ରୀରାମଙ୍କ ନଗର ପରିକ୍ରମା ଓ ସଙ୍କୀର୍ତ୍ତନ ମହୋତ୍ସବ ଶାନି ଶାନ୍ତିଶୃଙ୍ଖଳାର ସହ ଆୟୋଜନ ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି । ପ୍ରଭୁଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମରେ ତନ, ମନ, ଧନ ଅର୍ପଣ ପୂର୍ବକ ପ୍ରଭୁ ଶ୍ରୀରାମଙ୍କ କୃପା ଲାଭ ପାଇଁ ଶ୍ରଦ୍ଧାଳ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ନିମନ୍ତେ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *