କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲାର ନୂତନ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବା ଘଟଗାଁ ଉପରଡିହା ଗ୍ରାମ ର ରୁଦ୍ରପ୍ରସାଦ ବେହେରା ଆଜି ଘଟଗାଁ ଠାରେ ଦଳ ତରଫରୁ ସମ୍ବର୍ଦ୍ଧନା ଦିଆଯିବା ପରେ, ମାତାରିଣୀ ଙ୍କ ଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ , ରାଜ୍ୟ ସମ୍ପାଦିକା ମମତା ସିଂ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ ଉପସ୍ଥିତ ରହିଥିବା ବେଳେ ଘଟଗାଁ ମଣ୍ଡଳ ସଭାପତି ରବି ନାରାୟଣ ଦେହୁରୀ, ସୁମନ୍ତ ସାହୁ, ସୁରେଶ କୁମାର ସାହୁ ସମେତ ଜିଲ୍ଲାର ପ୍ରତି ବ୍ଲକରୁ କାର୍ଯ୍ୟକର୍ତ୍ତା ଯୁବ ବନ୍ଧୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ
