କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଶାରଦୀୟ ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ଚଳିତବର୍ଷ ମା’ଙ୍କ ପୂଜାକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖାଯାଉଛି। ଅନେକ ସ୍ଥାନରେ ଶୁକ୍ରବାର ମା’ଙ୍କ ଷଷ୍ଠୀ ପୂଜା କରାଯାଇଛି। ଅନେକ ସ୍ଥାନରେ ଶନିବାର ପୀଠେ ମହାସପ୍ତମୀ ସହ ମଣ୍ଡପେ ଷଷ୍ଠୀ ପୂଜା ହେଉଛି। ଶନିବାର ମା’ଙ୍କ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପନ।

Advertisement
ଅନ୍ୟପଟେ ଦୁର୍ଗାପୂଜା ସପ୍ତମୀ ଓ ଅଷ୍ଟମୀ ତିଥିକୁ ନେଇ ଦ୍ୱନ୍ଦ୍ୱ ରହିଛି। କିଛି ମଣ୍ଡପରେ ଶୁକ୍ରବାର ସରିଛି ମା’ଙ୍କ ବିଲ୍ୱବରଣ। ଶନିବାର କିଛି ମଣ୍ଡପରେ ଷଷ୍ଠୀ ପୂଜା କରାଯାଉଛି। ପଞ୍ଜିକା ଅନୁଯାୟୀ ୨୦ରେ ମଣ୍ଡପରେ ପାଳିତ ହେବ ଦଶହରା। ଶ୍ରୀମନ୍ଦିରରେ ୨୧ ତାରିଖରେ ହେବ ଦଶହରା ନୀତିକାନ୍ତି।
