ରଜ ପର୍ବରେ ମା’ ତାରିଣୀଙ୍କ ସୁନାବେଶ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସାରା ରାଜ୍ୟ ଏବେ ରଜପର୍ବ ପାଇଁ ଉତ୍ସବ ମୁଖର ହୋଇଉଠିଥିବା ବେଳେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ତାରିଣୀଙ୍କ ପୀଠରେ ପହିଲି ରଜରେ ହଜାର ହଜାର ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି । ରୁବିବାର ସକାଳୁ ମା’ଙ୍କ ପହୁଡ଼ ଖୋଲିବା ପରେ ମା’ଙ୍କୁ ସ୍ନାନ, ମାର୍ଜ୍ଜଣା ସହ ଷୋଡ଼ଶ ଉପଚାର ପୂଜା କରାଯାଇ ମା’ଙ୍କ ପ୍ରିୟ ଫୁଲ ମନ୍ଦାର ଓ ପ୍ରିୟ ଭୋଗ ନଡ଼ିଆ ନୈବେଦ୍ୟ ଅର୍ପଣ କରାଯିବା ସହ ମା ‘ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇ ମଙ୍ଗଳ ଆଳତି କରାଯାଇଥିଲା।

    ସକାଳୁ ଲମ୍ବା ଧାଡ଼ିରେ ଆସି ଶାଳଗ୍ରାମ ଠାକୁରାଣୀ ଏହି ବନଦୁର୍ଗା ମା’ତାରିଣୀଙ୍କ ଅପୂର୍ବ ସୁନାବେଶକୁ ଦର୍ଶନ କରି ହଜାର ହଜାର ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି। ମା’ଙ୍କ ଠାରେ ଭକ୍ତମାନଙ୍କ ପୂଜାର୍ଚ୍ଚନା ମନୋସ୍କାମନା ପୂରଣ ହେବା ସହ ମା’ଙ୍କ କୃପା ଭିକ୍ଷା କରିବାକୁ ଉକ୍ତ କେବେ ଭୁଲି ନାହାଁନ୍ତି । ତେବେ ରଜପର୍ବ ଉପଲକ୍ଷେ ମା’ଙ୍କ ପୀଠରେ ପ୍ରଶାସନ ତରଫରୁ ଭକ୍ତଙ୍କ ପାଇଁ ସ୍ଵତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ସୋମବାର ପବିତ୍ର ରଜ ସଂକ୍ରାନ୍ତି ରହିଥିବାରୁ ମା’ ଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *