ଦୁଷ୍କର୍ମ ଅଭିଯୁକ୍ତକୁ ୨୦ବର୍ଷ ଜେଲ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସ୍ବତନ୍ତ୍ର ପୋକ୍ସୋ ଜଜ୍‌ କେନ୍ଦୁଝର ମୋନାଲିସା ମହାନ୍ତି ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ଅଜୟ କୁମାର ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୨ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ସୁପାରିଶ କରିଛନ୍ତି।

     ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୬ ପୋକ୍ସୋ ଆକ୍ଟରେ ଏହି ଦଣ୍ଡବିଧାନ କରିଛନ୍ତି। ସରକାରୀ ଓକିଲଙ୍କ ସୂଚନା ଅନୁଯାୟୀ ୮ ଜୁଲାଇ ୨୦୨୨ରେ ଘଟଗାଁ ଥାନା ଅଞ୍ଚଳର ନାବାଳିକା ତାଙ୍କ ପରିବାର ଲୋକଙ୍କ ସହ ବାହାଘର ଭୋଜି ଖାଇ ସନ୍ଧ୍ୟାରେ ଫେରୁଥିବା ସମୟରେ ଅଭିଯୁକ୍ତ ଅଜୟ ତାକୁ ଟେକି ନେଇ ନିକଟସ୍ଥ ପୋଖରୀ ନିକଟରେ ବଳାତ୍କାର କରି ଫେରାର ହୋଇ ଯାଇଥିଲା। ପୀଡ଼ିତାଙ୍କୁ ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାକୁ ନେଇ ପରିବାର ଲୋକେ ଘଟଗାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଜୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଶୁକ୍ରବାର ଏହାର ଚୁଡାନ୍ତ ଶୁଣାଣି କରି ସ୍ବତନ୍ତ୍ର ପୋକ୍ସ କୋର୍ଟ ଉପରୋକ୍ତ ଦଣ୍ଡାଦେଶ କରିଛନ୍ତି।

Leave a Reply

Your email address will not be published. Required fields are marked *