କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିତୁ ମୁଣ୍ଡା ଶୁଦ୍ଧିକ୍ରିୟା ଆୟୋଜନ କରିବା ଓ ଜାତି ଭାଇଙ୍କୁ ଭୋଜି ଦେବା ପାଇଁ ଆଜି ଡିଆନାଳି ଗ୍ରାମରେ ଏକ ଜାତି ସମାଜ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିତୁ ମୁଣ୍ଡା ଓ ତାଙ୍କ ଭାଇ ଶଙ୍କର୍ଷଣ ମୁଣ୍ଡାଙ୍କ ସହ କାଣ୍ଡେ ମୁଣ୍ଡା , ସୁକୁରା ମୁଣ୍ଡା, ନବ ମୁଣ୍ଡା, ସନ୍ତୋଷ ମୁଣ୍ଡା ଓ ପ୍ରାଣବନ୍ଧୁ ମୁଣ୍ଡାଙ୍କ ସହ ଆଖପାଖ ଗ୍ରାମର ପାଖାପାଖି ୩୦ରୁ ଉର୍ଦ୍ଧ୍ବ ଉପସ୍ଥିତ ଥିଲେ। ନିଷ୍ପତି ଅନୁଯାୟୀ ଆସନ୍ତା ବୁଧବାର ଶୁଦ୍ଧି କ୍ରିୟା ପରେ ଜାତି ସମାଜକୁ ଛେଳି କୁକୁଡ଼ା ମାଂସ ସହ ଭୋଜି ଦେବେ ବୋଲି ନିଷ୍ପତ୍ତି ହୋଇଛି।
ଜିତୁ ମୁଣ୍ଡା ହେବେ ଶୁଦ୍ଧି: ଜାତି ସମାଜକୁ ଦେବେ ଭୋଜି
