କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଟଙ୍କା ଉଠାଇବା ପାଇଁ ୨ ମାସ ତଳେ ପୋତା ଯାଇଥିବା ଭଉଣୀର ଶବକୁ ଖୋଳି ଆଣି ବ୍ୟାଙ୍କ ଆଗରେ ରଖିଲା ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ଗ୍ରାମରେ।
ମଲ୍ଲିପଶି ଗ୍ରାମ୍ୟ ବ୍ୟାଙ୍କ ଆଗରେ ନିକଟସ୍ଥ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ନିଜ ଭଉଣୀ କାଲରା ମୁଣ୍ଡାର ଗତ ୨ ମାସ ତଳେ ମୃତ୍ୟୁ ହୋଇଯାଇଥିବା ଶବକୁ ମାଟି ତଳୁ ଖୋଳି ଆଣି ବ୍ୟାଙ୍କ ଆଗରେ ରଖିଛି। ନିଜ ଭଉଣୀ କାଲରା ମୁଣ୍ଡାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବ୍ୟାଙ୍କ ଆସିଥିଲେ ।
ବ୍ୟାଙ୍କ କର୍ମଚାରୀ ଟଙ୍କା ନଦେବାରୁ ଓ ସେହି ଲୋକ ଆସିବା ଦରକାର କହିବା ଫଳରେ ଆଜି ଜିତୁ ମୁଣ୍ଡା ୨ ମାସ ତଳୁ ମାଟି ତଳେ ପୋତା ଯାଇଥିବା ଭଉଣୀର ଶବକୁ ଖୋଳି ଆଣି ବ୍ୟାଙ୍କ ଆଗରେ ରଖିଥିଲା । ଖବରପାଇ ଘଟଣାସ୍ଥଳରେ ପାଟଣା ପୋଲିସ ତୁରନ୍ତ ପହଞ୍ଚି ବୁଝାସୁଝା କରି ମୃତଦେହକୁ ପୁନର୍ବାର ଡିଆନାଳି ଗ୍ରାମକୁ ନେଇ ଘଟଣାର ତଦନ୍ତ ଚଳାଇଛି ।
