ଅଖିମୁଠି ଅନୁକୁଳ ସହ କୃଷି ଓ ଆମ ବିହନ ରଥ ଶୁଭାରମ୍ଭ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରସ୍ଥିତ ଜୁଡ଼ିଆ ଫାର୍ମରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାରୋହରେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଖିମୁଠି ଅନୁକୂଳ କରିଛନ୍ତି l

      ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଓ ସରକାରଙ୍କ କାର୍ଯ୍ୟକ୍ରମ ବିଷୟରେ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପୃଥୁରାଜ ମଣ୍ଡଳ ଅତିଥି ପରିଚୟ ପ୍ରଦାନ କରିବା ସହ ଉତ୍ସବ ପାଳନର ଆଭିମୁଖ୍ୟ ବିଷୟରେ ଉଦବୋଧନ ଦେଇଥିଲେ l ଏହି ଅବସରରେ ମନ୍ତ୍ରୀ ଚାଷୀ ଭାଇଭଉଣୀଙ୍କୁ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ, ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାର୍ଯ୍ୟାଦେଶ ଓ ମହିଳା ଗୋଷ୍ଠୀଙ୍କୁ ମୂଳ ପାଣ୍ଠି ବଣ୍ଟନ କରିଥିଲେ ।

                       ଜିଲ୍ଲାସ୍ତରୀୟ କୃଷକ ଦିବସ 

କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ସଭାରେ ଉପସ୍ଥିତ ଥିବା କୃଷକ ଭାଇଭଉଣୀ, ସମ୍ପ୍ରସାରଣ କର୍ମୀ, ବୈଜ୍ଞାନିକ, କୃଷି ଓ ଆନୁସଙ୍ଗିକ କୃଷି ବିଭାଗୀୟ ଅଧିକାରୀବୃନ୍ଦ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କଟକ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନର ସିଧାସଳଖ ପ୍ରସାରଣ ମାଧ୍ୟମରେ ଉପଭୋଗ କରିଥିଲେ l ତତ୍ପରେ ମନ୍ତ୍ରୀ ଜିଲାରେ ପରିଭ୍ରମଣ କରି ସଚେତନତା ସୃଷ୍ଟି କରିବା ପାଇଁ ଉଦିଷ୍ଟ କୃଷି ରଥ ପରିକ୍ରମା ଓ ପ୍ରାରମ୍ଭିକ ଯୋଜନା ଭାବେ କାର୍ଯ୍ୟକାରୀ ହେଉଥିବା ଆମ ବିହନ ରଥର ଶୁଭାରମ୍ଭ କରିଥିଲେ l

     ଆମ ବିହନ ରଥ ଯୋଜନାରେ କେନ୍ଦୁଝର ବ୍ଲକର ରାମଚନ୍ଦ୍ରପୁର ଗ୍ରାମର ଗୌତମ ମହାନ୍ତ ଓ ଭାଲିଆଡ଼ିହି ଗ୍ରାମର ବୀଣା ନାଏକଙ୍କୁ ବିହନ ବସ୍ତା ପ୍ରଦାନ କରି ମନ୍ତ୍ରୀ ବିହନ ବିକ୍ରିର ଶୁଭାରମ୍ଭ କରିଥିଲେ l ଆମ ବିହନ ରଥ ନିମନ୍ତେ ଚୟନ ହୋଇଥିବା ବିହନ ବିକ୍ରେତା ସାହାରପଡା ବ୍ଲକସ୍ଥିତ ଶ୍ରେୟାଂଶି ଏଣ୍ଟରପ୍ରାଇଜେସର ସତ୍ତ୍ଵାଧିକାରୀ ଦେବପ୍ରସାଦ ମହାନ୍ତ ଆମ ବିହନ ରଥ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଶେଷରେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମାରୋହରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ଚାଷୀ ଭାଇଭଉଣୀ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *