୧୦ରେ ଅବସରପ୍ରାପ୍ତ ଶିକ୍ଷକ ସମ୍ମିଳନୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : ଶିକ୍ଷକ ଭବନ କେନ୍ଦୁଝର ଠାରେ ମଙ୍ଗଳବାର ଓଡିଶା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ କେନ୍ଦୁଝର ଶାଖା ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ସଂଘର ବାର୍ଷିକ ସମ୍ମିଳନୀ ପ୍ରସ୍ତୁତି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

    ପ୍ରାରମ୍ଭରେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଏ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଉପସ୍ଥିତ କର୍ମକର୍ତ୍ତାମାନଙ୍କ ସହ ବିଶେଷ ଆଲୋଚନା କରିଥିଲେ । ଏହି ସମ୍ମିଳନୀକୁ ଆସନ୍ତା ୧୦ ତାରିଖ ପୂର୍ବାହ୍ନ ୧୦ଟା ୩୦ମି.ରେ ଏନ୍.ଏସ୍. ପୋଲିସ ହାଇସ୍କୁଲରେ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଏଥିରେ ରାଜ୍ୟସ୍ତରୀୟ ନେତୃତ୍ୱ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଅତିଥି ଭାବରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ରୂପାୟନ ପାଇଁ ପ୍ରସ୍ତୁତି ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା ।

      ଏହାକୁ ସଫଳ କରିବାପାଇଁ ଜିଲ୍ଲାର ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ବହୁ ସଂଖ୍ୟାରେ ଉପସ୍ଥିତ ରହିବାକୁ ଚିନ୍ତାମଣି ଜେନା, ମଦନ ମୋହନ ଦ୍ବିବେଦୀ, କ୍ଷୀରୋଦ କୁମାର ରାଉତ, ଭିକାରୀ ଚରଣ ସାହୁ, ନଳିନୀ ଚନ୍ଦ୍ର ଘଣା, ସୁଶୀଲ କୁମାର ନାୟକ, ବାଙ୍କ ବିହାରୀ ମହାନ୍ତ, କାଶିନାଥ ମହାନ୍ତ, ଗୌରହରି ଗିରି, ପ୍ରସନ୍ନ ପରିଡ଼ା, ନରେନ୍ଦ୍ର କୁମାର ପ୍ରଧାନ, ବଳରାମ ରାଉତ, ଦିଗାମ୍ବର ଗିରି, ଗୋପୀନାଥ ଦାଶ, ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *