କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଖଣିଖାଦାନଭରା ବିତ୍ତଶାଳୀ ଯୋଡ଼ା ଟ୍ରକ ମାଲିକ ସଙ୍ଘ ନିର୍ବାଚନରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥିତ ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି l ସୂଚନାଯୋଗ୍ୟ ଯେ, ସଂଘର ୧୦୭୭ ଭୋଟରଙ୍କ ମଧ୍ୟ୍ୟରୁ ୧୦୬୦ ଜଣ ଭୋଟ ଦେଇଥିଲେ l ନିର୍ବାଚନ ପରିଚାଳନା ପାଇଁ ଆଇନଜୀବୀ ଚିନ୍ମୟ ବାରିକ ନିର୍ବାଚନ ଅଧିକାରୀ, ସହକାରୀ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ପରମେଶ୍ୱର ଭୁକ୍ତ, ନିର୍ବାଚନ ସହସଂଯୋଜକ ଭାବେ ଆଇନଜୀବୀ ନରେଶ କୁମାର ପାତ୍ର, ପୋଲିଙ୍ଗ ଅଫିସର ଭାବେ ଆଇନଜୀବୀ ତୁଳସୀରାମ ମହାନ୍ତ, ରଞ୍ଜିତ କୁମାର ବାରିକ, ସଞ୍ଜୟ ଲୋହାର, ସୌରଜିତ ତ୍ରିପାଠୀ, ଦୁର୍ଗାପ୍ରସାଦ ପାତ୍ର ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ l ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୃତୟନ ହୋଇଥିଲେ l ବିଧାୟକଙ୍କ ସମର୍ଥିତ ସଭାପତି ପ୍ରାର୍ଥୀ ରାଜେଶ ରୋଶନ, ଉପସଭାପତି ପ୍ରାର୍ଥୀ ଦୀପକ କୁମାର ମହାନ୍ତ, ସମ୍ପାଦକ ପ୍ରାର୍ଥୀ ରବିନାରାୟଣ ଦାସ, ସହସମ୍ପାଦକ ପ୍ରାର୍ଥୀ ମହେଶ କୁମାର ସିଂ ଏବଂ କୋଷାଧକ୍ଷ ପ୍ରାର୍ଥୀ ଗୌତମ ବେହେରା ନିକଟତମ ପ୍ରତିଦ୍ୱନ୍ଦି ମାନଙ୍କୁ ହରାଇ ବିଜୟୀ ହୋଇଛନ୍ତି l
ଯୋଡ଼ା ଟ୍ରକ ମାଲିକ ସଂଘ ନିର୍ବାଚନ: ଚମ୍ପୁଆ ବିଧାୟକ ସମର୍ଥୀତ ପ୍ରାର୍ଥୀଙ୍କ ବାଜିମାତ
