ଶାଳୀ ଘର ପୋଡିବା ଅଭିଯୋଗରେ ଭିଣୋଇ ଗିରଫ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଧୀନ କିଆପଡା ଗ୍ରାମରେ ଘଟିଛି ଏକ ଅମାନବୀୟ ଘଟଣା। ଶାଳୀଙ୍କ ସ୍ୱାମୀ ସହ ଝଗଡା କାରଣରୁ ଘରେ ନିଆଁ ଲାଗିଲା ଭିଣୋଇ।

   ମଙ୍ଗୁଳି କାରୁଆଙ୍କ ଘର ପୋଡି ଦେଇଛି ଅଭିଯୁକ୍ତ ଭିଣୋଇ ସଦର ଥାନା ସଦରପଡାର ଦେବ ମୁଣ୍ଡା(୪୩)। ଘଟଣାରେ ତା’ଙ୍କୁ ଶନିବାର ତୁରୁମୁଙ୍ଗା ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ଗତ ରବିବାର ଦେବ ମୁଣ୍ଡା ଶାଳୀ ଘରକୁ ଆସିଥିଲେ। କୌଣସି କାରଣରୁ ଶାଳୀଙ୍କ ସ୍ୱାମୀ ମଙ୍ଗୁଳିଙ୍କ ସହ ତାଙ୍କର ଝଗଡା ହୋଇଥିଲା। ତେବେ ସେହି ରାତିରେ ମଙ୍ଗୁଳିଙ୍କ ଘର ପୋଡି ଯିବାରୁ ଦେବଙ୍କୁ ଏଥିପାଇଁ ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *