ପର୍ଯ୍ୟଟନ ମାନ୍ୟତା ଅପେକ୍ଷାରେ ଶୁକ୍ରାଝର ଜଳପ୍ରପାତ

କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଖଣ୍ଡାଧାର ଜଳପ୍ରପାତ ଠାରୁ ମାତ୍ର ୩ କିଲୋମିଟର ଦୂରରେ ପ୍ରକୃତି କୋଳରେ ଲୁଚି ରହିଛି ଅପୂର୍ବ ସୌନ୍ଦର୍ଯ୍ୟ ଶୁକ୍ରାଝର ଜଳପ୍ରପାତ। ବର୍ଷାଋତୁ ଆସିଲେ ଝରଣାର ଜଳଧାରା, ସବୁଜ ପାହାଡ଼ ଓ ଚତୁଃପାର୍ଶ୍ୱର ପ୍ରାକୃତିକ ପରିବେଶ ଏହି ସ୍ଥାନକୁ କରିଦିଏ ଆହୁରି ମନୋରମ। ଏଠାକୁ ଆସିଲେ ପ୍ରକୃତିର ନିରବତା ମଧ୍ୟରେ ଝରଣାର ଶବ୍ଦ ମନକୁ ଏକ ଅଲଗା ଶାନ୍ତି ଦିଏ।

        ଏତେ ସୁନ୍ଦର ହୋଇଥିଲେ ମଧ୍ୟ ଶୁକ୍ରାଝର ଜଳପ୍ରପାତ ଏବେ ବି ଅନେକଙ୍କ ପାଇଁ ଅଜଣା ଓ ଅବହେଳିତ। ଏହି ସ୍ଥାନକୁ ଯିବା ପାଇଁ ଭଲ ରାସ୍ତା, ଆବଶ୍ୟକୀୟ ଭିତ୍ତିଭୂମି ଓ ପର୍ଯ୍ୟଟନ ବିକାଶ କରାଗଲେ ଏହି ଜଳପ୍ରପାତ କେନ୍ଦୁଝରର ପର୍ଯ୍ୟଟନ ମାନଚିତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିବ। ଏହାସହିତ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ମଧ୍ୟ ସୃଷ୍ଟି କରିପାରିବ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *