କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ବାଂଶପାଳ ବ୍ଳକ ଅଁରାସ୍ଥିତ ଶ୍ରୀମେଟାଲିକ୍ କାରଖାନାରେ ଦେବଶିଳ୍ପୀ ପ୍ରଭୁ ଶ୍ରୀ ଶ୍ରୀ ବିଶ୍ଵକର୍ମାଙ୍କ ପୂଜାତ୍ସୋବ ଗୁରୁବାର ଯଥାବିଧ୍ଵ ପାଳିତ ହୋଇଯାଇଛି । କାରଖାନାର ସଭାପତି ସରୋଜ କୁମାର ବିଶ୍ଵାଳ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିବା ବେଳେ ଅଧିକାରୀ ବି.ଏନ.ପ୍ରସାଦ, ଶିଶିର କୁମାର ରାଉତ, ବିନୋଦ କୁମାର ମହାନ୍ତି, ସୁଶୀଲ କୁମାର ଭୂୟାଁ, ଜ୍ଞାନରଞ୍ଜନ ସ୍ଵାଇଁ, କ୍ରୀଷ୍ଠା ରାଓ, ସ୍ଥାନୀୟ ଅଁରା ଗ୍ରାମର ଚତୁର୍ଭୁଜ ବାରିକ ଓ ବିଦ୍ୟାଧର ବାରିକ ପ୍ରମୁଖ ଉପସ୍ଥିତ ରହି ପୂଜାତ୍ସୋବ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।
ସମଗ୍ର ବାଂଶପାଳ ଅଞ୍ଚଳରେ ଏହି ପୂଜାସ୍ଲୋବ ଏକ ପ୍ରମୁଖ ପର୍ବ ଭାବେ ପାଳିତ ହୋଇ ଆସୁଥିବା ବେଳେ ସ୍ଥାନୀୟ ଅଁରା ସମେତ ରାଇଗୁଡା, ଦୁଧପଶି, କୁମୁଟି, ଡୁମୁରଡିହି, ଶଙ୍କରାପଶି, ବିନିଦା, ଆମୁଣି, ଫୁଲଝର ଆଦି ଗ୍ରାମର ୭ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ କାରଖାନା ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।ଚକ୍ରଧର ପରିଡା, ବିନୋଦ କୁମାର ମହାନ୍ତି, ସବ୍ୟସାଚୀ ବିଶ୍ୱାଳ, ଅମରେଶ ଲେଙ୍କା, ଅର୍ପିତ ପଟ୍ଟନାୟକ, ସୁଶୀଲ କୁମାର ଭୂୟାଁ, ପ୍ରଭାତ କୁମାର ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କାରଖାନା ପକ୍ଷରୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ମନୋରଞ୍ଜନର ଖୋରାକ ଯୋଗାଇଥିଲା ।
