କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପାରିବାରିକ କଳହକୁ ନେଇ ଘଟିଛି ଅଭାବନୀୟ ହତ୍ୟାକାଣ୍ଡ । ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ପୁଅ । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ପୁଅ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୁଆଖମଣ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ମୁଣ୍ଡା ।
ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ପୁଅ ଶ୍ରୀକାନ୍ତ ମଦ ନିଶାରେ ଉତ୍ତ୍ୟକ୍ତ ହୋଇ ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ଠେଙ୍ଗାରେ ଆକ୍ରମଣ କରି ପିଟିପିଟି ମାରି ଦେଇଥିଲା । ଘଟଣା ପରେ ଅଭିଯୁକ୍ତ ପୁଅ ଶ୍ରୀକାନ୍ତ ତୁରୁମୁଙ୍ଗା ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛି । ଘଟଣା ପରେ ତୁରୁମୁଙ୍ଗା ପୁଲିସ ତଦନ୍ତ ଆରମ୍ଭ କରିଛି ।
