ଜିଲ୍ଲାପାଳ ସାଂସ୍କୃତିକ କ୍ଲବ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରତିଯୋଗିତା

କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ କ୍ରୀଡ଼ାବିତ୍ ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସାଂସ୍କୃତିକ କ୍ଲବ୍ ପକ୍ଷରୁ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମହିଳା ସିଙ୍ଗଲ୍ସ ଏବଂ ପୁରୁଷ ଡବଲ୍ସ ବିଭାଗରେ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସେମାନଙ୍କ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେବା ସହ ଦଳଗତ କାର୍ଯ୍ୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସଦୃଢ଼ କରିଛି।

   ଏହି ଆକର୍ଷଣୀୟ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସର ଫାଇନାଲ୍ ମ୍ୟାଚ୍‌ରେ ନାଶମା ମୁଣ୍ଡା ବିଜେତା ହୋଇଥିବା ବେଳେ ନତାଶା ପାତ୍ର ରନର୍ସଅପ୍ ହୋଇଛନ୍ତି। ପିଙ୍କିରାଣୀ ହେମ୍ବ୍ରମ ଓ ସାଗରିକା ନାୟକ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପୁରୁଷ ଡବଲ୍ସ ଫାଇନାଲରେ ଶେଖ ତାବେରୁଦ୍ଦିନ ଓ ସୁବ୍ରତ କୁମାର ବେହେରା ବିଜେତା ଏବଂ ବିନୀତ କୁମାର ପଟେଲ ଓ ମହମ୍ମଦ ତାହାସିନ ରନର୍ସଅପ୍ ହୋଇଛନ୍ତି। ଶିବ ଶଙ୍କର ମୁର୍ମୁ, ଧନଞ୍ଜୟ ମୁର୍ମୁ, ଭୀମସେନ ବାସ୍କେ ଓ ମୌଳିନ୍ଦୁ କୁମାର ମହାନ୍ତ ସେମିଫାଇନାଲିଷ୍ଟ ଭାବେ ଯୁଗ୍ମ ତୃତୀୟ ସ୍ଥାନ ହାସଲ କରିଛନ୍ତି।

    ଏହି ପ୍ରତିଯୋଗିତାରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ, କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ଚମ୍ପୁଆ ପିଏ ଆଇଟିଡିଏ ରାମକୃଷ୍ଣ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ, ପାଟଣା ବିଡିଓ ମାନସ ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ ନାୟକ ଏବଂ ଯୋଡ଼ା ବିଡିଓ ଡେନିଶ ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ସହଯୋଗ କରିଥିଲେ।

      ସାଂସ୍କୃତିକ କ୍ଲବ ସଭାପତି ପ୍ରଭାତେନ୍ଦୁ ନାୟକ, ଉପସଭାପତି ପୁରୁଷୋତ୍ତମ କୁଆଁର, ସମ୍ପାଦକ ଜନ୍ମେଜୟ ମହାନ୍ତ, ଯୁଗ୍ମସମ୍ପାଦକ ସୁଶାନ୍ତ ଦ୍ୱିବେଦୀ, ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ସାହୁ, ନାଟ୍ୟ ସମ୍ପାଦକ ପୀତବାସ ମହାନ୍ତ, କ୍ରୀଡ଼ା ସମ୍ପାଦକ ତନ୍ମୟ ରାୟ ଏବଂ କୋଷାଧ୍ୟକ୍ଷ କମଳାକାନ୍ତ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *