ଫାଙ୍କା ଗୁଳି ଚାଳନା କରି ଲୁଟି ନେଲେ ୮ ଲକ୍ଷ ଭତ୍ତା ଟଙ୍କା

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ସଦର ବ୍ଲକ ବାଉରୀପଦା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ସ୍ପଷ୍ଟ ଦିବାଲୋକରେ ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଫାଙ୍କା ଗୁଳି ଚାଳନା କରି ୮ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

       ସୋମବାର ସକାଳ ପ୍ରାୟ ୧୦ଟା ୩୦ମି. ରେ ପିଇଓ ଅନ୍ୟ ଜଣଙ୍କ ସହିତ ଭତ୍ତା ଟଙ୍କା ଧରି ପଞ୍ଚାୟତରେ ବଣ୍ଟନ ପାଇଁ ବାଇକ ଯୋଗେ ଯାଉଥିଲେ । ଏହି ସମୟରେ ମୁକୁନା ଗ୍ରାମ ପହଞ୍ଚିବା ପୂର୍ବରୁ ୩ ଜଣ ଲୁଟେରା ଏକ ବାଇକରେ ପଛ ପଟୁ ଅଟକାଇଥିଲେ । ବନ୍ଧୁକରୁ ଫାଙ୍କା ଗୁଳି ଚଳାଇ ଭୟଭୀତ କରି ଟଙ୍କା ବ୍ୟାଗ ଲୁଟ୍ କରି ନେଇ ମୁକୁନା ରାସ୍ତାରେ ପଳାଇ ଯାଇଥିଲେ ବୋଲି ତାଙ୍କ ସହିତ ଯାଇଥିବା ଅଭିମନ୍ୟୁ ସାହୁ ସୂଚନା ଦେଇଛନ୍ତି । ଏ ନେଇ ସଦର ଥାନାକୁ ଏତଲା ଦେବାକୁ ଯାଇଥିବା ସେ ସୂଚନା ଦେଇଥିବା ବେଳେ ପୁଲିସ ପକ୍ଷରୁ ଦୁର୍ବୁତ୍ତଙ୍କୁ ଠାବ କରିବା ନେଇ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି ।

Leave a Reply

Your email address will not be published. Required fields are marked *