ମା’ ତାରିଣୀ ୱ।କର୍ସ କ୍ଲବ ପୁର୍ନଗଠିତ:
ଡାକ୍ତର ସଞ୍ଜୀବ ଓତା ସଭାପତି

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସ୍ୱାସ୍ଥ୍ୟ ସଚେତନତା ଓ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରି ଆସୁଥିବା ମା’ ତାରିଣୀ   ୱ।କର୍ସ କ୍ଲବ କେନ୍ଦୁଝରର କମିଟି ସର୍ବସମ୍ମତି କ୍ରମେ ପୁର୍ନଗଠିତ ହୋଇଛି। କ୍ଲବ ସଭାପତି ଡାକ୍ତର ପି.ସି.ଦାସଙ୍କ ପରଲୋକ ପରେ ଏହି ପଦ ଖାଲି ପଡି ଥିବାରୁ କମିଟି ପୁର୍ନଗଠନର ଆବଶ୍ୟକତା ପଡ଼ିଥିଲା । ଫଳସ୍ଵରୂପ, ନିକଟରେ କ୍ଲବର ସାଧାରଣ ପରିଷଦ ବୈଠକ ଆହୁତ ହୋଇ କମିଟି ପୁର୍ନଗଠିତ ହୋଇଛି ।

       କ୍ଲବ ସଭାପତି ଭାବେ ବରିଷ୍ଠ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତା, ଉପସଭାପତି ଭାବରେ କେନ୍ଦୁଝରଗଡ ପୌରପାଳିକାର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ଓ ପ୍ରଶାନ୍ତ କୁମାର ସ୍ଵାଇଁ, ସମ୍ପାଦକ ଭାବେ ବିଦ୍ୟାଧର ଚୌଧୁରୀ, ଯୁଗ୍ମସମ୍ପାଦକ ଭାବେ ଇଂ ଜନ୍ମେଜୟ ଦାସ ଓ କିଶୋର ଚନ୍ଦ୍ର ଜେନା, ସହସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ଦାସ ଓ କୋଷାଧ୍ଯକ୍ଷ ଭାବେ ସୁଶୀଲ କୁମାର ସାହୁ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି ।

      ସେହିପରି କ୍ଲବର ବୋର୍ଡ ଅଫ୍ ଡାଇରେକ୍ଟର ଭାବେ ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ରାଉତ, ଶିକ୍ଷାବିତ୍‌ ଡ. ବନବିହାରୀ ମିଶ୍ର, ଧନଞ୍ଜୟ ପଣ୍ଡା, ରାମଚନ୍ଦ୍ର ତ୍ରିପାଠୀ, କରୁଣାକର ନାଏକ, ବ୍ରଜ କିଶୋର ଓଝା, ସଞ୍ଜୟ ମହାପାତ୍ର, ସୁଧାଂଶୁ ଶେଖର ସାହୁ, ଜ୍ଞାନରଞ୍ଜନ ଦାଶ ଓ ଶରତ ଜେନାଙ୍କୁ ଅବସ୍ଥାପିତ କରାଯାଇଛି ।

     ଏଥିସହ ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷର ଅବଶିଷ୍ଟ ୬ ମାସ ପାଇଁ କ୍ଳବ ସଭାପତି ଡାକ୍ତର ଓତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟଖସଡା ଖୁବ୍ ଶିଘ୍ର ଚୁଡାନ୍ତ କରାଯିବା ସହ ପ୍ରତ୍ୟେକ ମାସର ଶେଷ ରବିବାର ବୈଠକ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *