ସମାଜ ଗଠନରେ ବ୍ରାହ୍ମଣଙ୍କ ଭୂମିକା ଅପରିସୀମ
କେନ୍ଦୁଝର ବ୍ରାହ୍ମଣ ମହାସଭାର ବାର୍ଷିକ ଉତ୍ସବ


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ବ୍ରାହ୍ମଣ ମହାସଭାର ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତି ଇଂ ଗୌରାଙ୍ଗ ଚରଣ ହୋତାଙ୍କ ସଭାପତିତ୍ଵରେ ରବିବାର ବ୍ରାହ୍ମଣ ମହାସଭା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିଥିଙ୍କ ଦ୍ଵାରା ମହାସଭାର ବାର୍ଷିକ ମୁଖପତ୍ର ‘ବ୍ରହ୍ମାର୍ପଣ’ ର ପାଠକାର୍ପଣ ଅନୁଷ୍ଠିତ ହେବା ସହିତ ୩ଜଣ ବ୍ରହ୍ମଚାରୀଙ୍କ ନିଃଶୁଳ୍କ ବ୍ରତୋପନୟନ ଜୟକୃଷ୍ଣ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା।
        ପଣ୍ତିତ ମଧୁସୂଦନ ମିଶ୍ରଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ଯରେ ଅତିଥିଗଣ କେନ୍ଦୁଝରର ରାଷ୍ଟ୍ରଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ଓ ରାଷ୍ଟ୍ରଦେବୀ ମା’ ତାରିଣୀଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ସହିତ ଧୂପ ଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ଦିବଙ୍ଗତ ସଦସ୍ୟଙ୍କ ଆତ୍ମାର ସଦଗତି ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ରାଜଗୁରୁ ପ୍ରସନ୍ନ କୁମାର ନନ୍ଦ ସମ୍ପାଦକୀୟ ବିବରଣୀ ପ୍ରଦାନ ଅବସରରେ ବ୍ରାହ୍ମଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚୀତ କରିଥଲେ।
       ରାଜ୍ୟ ବ୍ରାହ୍ମଣ ମହାସଭାର ସଭାପତି ଡ. ସଦାନନ୍ଦ ଦିକ୍ଷୀତ ମୁଖ୍ୟଅତିଥି ଭାବରେ ଯୋଗଦେଇ ସମାଜକୁ ସଠିକ୍ ଦିଗଦର୍ଶନ ଦେବାରେ ବ୍ରାହ୍ମଣଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମତପୋଷଣ କରିଥିଲେ। ରାଜ୍ୟ ବ୍ରାହ୍ମଣ ମହାସଭାର ଯୁଗ୍ମ ସଧାରଣ ସମ୍ପାଦକ ଶାନ୍ତନୁ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ରାହ୍ମଣ ସମାଜର ମହତ୍ତ୍ଵ ପ୍ରତିପାଦନ କରିଥିଲେ। ବ୍ରହ୍ମାର୍ପଣର ମୁଖ୍ୟ ସମ୍ପାଦକ କବି ଦେବାଶିଷ ଚକ୍ରବର୍ତ୍ତୀ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ସଂସ୍କୃତିନିଷ୍ଠ ସମାଜ ଗଠନରେ ବ୍ରାହ୍ମଣଙ୍କ ଭୂମିକା ଅପରିସୀମ ବୋଲି ମତପ୍ରଦାନ କରିଥିଲେ ।

      ଦେବଦର୍ଶନ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ କୈଳାସ ଚନ୍ଦ୍ର ପଣ୍ଡା, ବରିଷ୍ଠ ଅଧିବକ୍ତା ଚତୁର୍ଭୁଜ ହୋତା, ମଦନ ମୋହନ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ବ୍ରାହ୍ମଣ ସମାଜର ନାନାବିଧ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଉପସଭାପତି ରଞ୍ଜନ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *