କେରଳମ ଛୁଇଁଲା ମୌସୁମୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେରଳମରେ ମୌସୁମୀ ପହଞ୍ଚିଛି। ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, ମୌସୁମୀ ଭାରତରେ ପ୍ରବେଶ କରିଛି। କେରଳମରେ ମୌସୁମୀ ଆସିବାର ଆନୁଷ୍ଠାନିକ ଘୋଷଣା କରି ଆଇଏମଡି କହିଛି ଯେ, ଆଗାମୀ ୩ରୁ ୪ ଦିନ ମଧ୍ୟରେ ମୌସୁମୀ କର୍ଣ୍ଣାଟକ ଉପକୂଳ ଦେଇ ଗୋଆ ଆଡକୁ ଅଗ୍ରସର ହେବ। ପରିସ୍ଥିତି ଅନୁକୂଳ ଅଛି। ଜୁନ୍ ୧୦ ତାରିଖ ପରେ ମୌସୁମୀ ଧୀରେ ଧୀରେ କମିପାରେ।

      ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀ କେରଳମରେ ପହଞ୍ଚିଛି। ବୁଧବାର ରାତିରୁ କେରଳର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ କହିଛି ଯେ, ମୌସୁମୀ ଭାରତରେ ପ୍ରବେଶ କରିଛି। କେରଳରେ ମୌସୁମୀ ଆସିବାର ସରକାରୀ ଘୋଷଣା ସହିତ ଦିଲ୍ଲୀ-ଏନସିଆର ଏବଂ ଦେଶର ଅନ୍ୟାନ୍ୟ ଅଂଶ କେବେ ଗରମରୁ ଆରାମ ପାଇବେ ତାହା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ପାଣିପାଗ ବିଭାଗ ଆକଳନ କରିଛି ଯେ, ଆଗାମୀ ୨ରୁ ୪ ଦିନ ମଧ୍ୟରେ ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଗରମରୁ ମୁକ୍ତି ମିଳିବା ସମ୍ଭାବନା ଅଛି।

Leave a Reply

Your email address will not be published. Required fields are marked *