ଓଏଏସ ଟପର ଆନନ୍ଦପୁରର ବୁବୁନୁ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପାଇଁ ଗୌରବର ବିଷୟ । ଉପଖଣ୍ଡର ଟୋଲଙ୍କପଡା ଗ୍ରାମର ପ୍ରତିଭାଶାଳୀ ଯୁବକ ବୁବୁନୁ ସାହୁ ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ଟପର ହୋଇ ସମଗ୍ର ଅଞ୍ଚଳର ନାମକୁ ଉଜ୍ଜ୍ୱଳ କରିଛନ୍ତି । ତାଙ୍କ ଏହି ସଫଳତା ଖବର ପ୍ରକାଶ ପାଇବା ପରେ ଆନନ୍ଦପୁର ଉପଖଣ୍ଡ ସହ ସମଗ୍ର କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

     ଛୋଟ ଗ୍ରାମରୁ ଆସି ଦୃଢ଼ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଓ ନିଷ୍ଠା ବଳରେ ବୁବୁନୁ ଏହି ସଫଳତା ହାସଲ କରିଥିବାରୁ ସେ ଏବେ ଅଞ୍ଚଳର ଯୁବପିଢ଼ୀ ପାଇଁ ପ୍ରେରଣା ପାଲଟିଛନ୍ତି । ତାଙ୍କ ସଫଳତାକୁ ନେଇ ପରିବାର, ସାଙ୍ଗସାଥୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି । ବିଭିନ୍ନ ସାମାଜିକ ସଙ୍ଗଠନ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ବୁବୁନୁଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ଏହି କୃତିତ୍ୱ ଆନନ୍ଦପୁର ଉପଖଣ୍ଡ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ମତ ପ୍ରକାଶ ପାଉଛି  ।

Leave a Reply

Your email address will not be published. Required fields are marked *