ଜିତୁ ମୁଣ୍ଡାଙ୍କୁ ଭେଟିଲେ ଆପ୍ ସାଂସଦ ସଞ୍ଜୟ ସିଂ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର କଙ୍କାଳ ନେଇ ବ୍ୟାଙ୍କକୁ ଯିବା ଘଟଣାରେ ଜିତୁ ମୁଣ୍ଡା ଆନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାରେ ରହିଥିଲେ । ତେବେ ଡିଆନାଳୀ ଗ୍ରାମର ପାନୀୟଜଳ ସମସ୍ୟାକୁ ନେଇ ସେ ଆଲୋଚନା କରିଥିଲେ। ବହୁଚର୍ଚ୍ଚିତ ଜିତୁ ମୁଣ୍ଡାଙ୍କୁ ଭେଟିଛନ୍ତି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ।

      ଜିତୁ ମୁଣ୍ଡାଙ୍କ ସହ ଆଲୋଚନା ପରେ ଡିଆନାଳୀ ଗ୍ରାମର ପାନୀୟଜଳ ସମସ୍ୟା ଦୂର କରିବା ପାଇଁ ଆଶ୍ୱାସନ ଦେଇଥିଲେ। ନିଜସ୍ୱ ପାଣ୍ଠିରୁ ଗ୍ରାମରେ ନଳକୂପ ଖୋଳାଯାଇ ପାନୀୟଜଳ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ସମସ୍ୟାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି। ସାଂସଦ ଡିଆନାଳୀ ଗ୍ରାମରେ ଦୀର୍ଘଦିନ ଧରି ପାଣି ସମସ୍ୟା ରହିଥିବାରୁ ଗ୍ରାମବାସୀଙ୍କ ଦୁଃଖ ବୁଝି ଆମେ ନିଜସ୍ୱ ପାଣ୍ଠିରୁ ନଳକୂପ ବ୍ୟବସ୍ଥା କରିବୁ ବୋଲି କହିଥିଲେ ।

      ଗ୍ରାମବାସୀଙ୍କୁ ଆଉ ପାଣି ପାଇଁ ହଇରାଣ ହେବାକୁ ପଡିବ ନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଆପ୍ ସାଂସଦ ସଞ୍ଜୟ। ଏହି ଗସ୍ତ କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପତ୍ର, କେନ୍ଦୁଝର ଜିଲ୍ଲା ନେତା ସରୋଜ ନାୟକଙ୍କ ସହିତ ଅନ୍ୟାନ୍ୟ ନେତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *