ଅପରେସନ୍ ବୈତରଣୀ,୧୨ ସ୍ଥାନରେ ଚଢଉ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ପୋଲିସ ପକ୍ଷରୁ ସୋମବାର ଆନନ୍ଦପୁର, ଘସିପୁରା, ନନ୍ଦିପଦା ଓ ଘଟଗାଁ ଥାନା ଅଞ୍ଚଳରେ କୁଖ୍ୟାତ ବାଲି ମାଫିଆମାନଙ୍କ ବିରୋଧରେ ୧୨ଟି ସ୍ଥାନରେ ଏକସଙ୍ଗରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ପୋଲିସ ୨୭ ଲକ୍ଷରୁ ଅଧିକ ନଗଦ ଟଙ୍କା, ଜାଲିଆତି ଦସ୍ତାବିଜ, ବିଶେଷକରି ନକଲି ଟ୍ରାନ୍ସିଟ୍ ପାସ୍‌, ଏକାଧିକ ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ, ୩୦ରୁ ଅଧିକ ଯାନବାହନ ଏବଂ ଅନ୍ୟାନ୍ୟ ଦୋଷସୂଚକ ସାମଗ୍ରୀକୁ ପୁଲିସ୍ ଜବତ କରିବାରେ ସକ୍ଷମ ହୋଇଛି ।

     ଚଢ଼ାଉ ପ୍ରକ୍ରିୟା  ଜାରି ରହିଛି ଏବଂ ସମ୍ପୂର୍ଣ୍ଣ ଜବତ ତଥ୍ୟ ସଂଗ୍ରହ ପରେ ଜଣାପଡିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟରୁ କୁହାଯାଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୧୦ଜଣ ବାଲି ମାଫିଆଙ୍କୁ ଅଟକ ରଖାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *