ଶିଶୁ ସାହିତ୍ୟ ହିଁ ସାହିତ୍ୟର ମୂଳଦୁଆ

ମିଳନୀରେ ଶିଶୁ ସାହିତ୍ୟ ଆସର

କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟର ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଶିଶୁ ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ଵରେ ମିଳନୀ ଭବନରେ ଅନୁଷ୍ଠିତ ହୋଇଯାଇଛି।
       ପ୍ରାରମ୍ଭରେ ବରିଷ୍ଠ କବି କୃଷ୍ଣ ପ୍ରସାଦ ମିଶ୍ରଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ଯରେ ଉତ୍ସବର ଶୁଭାରମ୍ଭ ହୋଇଥିଲା । ଅନୁଷ୍ଠାନର ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ସୁସ୍ଥ ସମାଜ ଗଠନରେ ଶିଶୁ ସାହିତ୍ୟର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ବରିଷ୍ଠ ସାହିତ୍ୟିକ ଉମାକାନ୍ତ ବେହେରା ଶିଶୁ ସାହିତ୍ୟର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଶିଶୁ ମନସ୍ତତ୍ଵ ଅଧ୍ୟୟନରେ ଧୁରୀଣ ସୃଜନ ଶିଳ୍ପୀଙ୍କୁ ଶିଶୁ ସାହିତ୍ୟ ରଚନାରେ ପ୍ରବୃତ୍ତ ହେବାକୁ ଆହ୍ୱାନ ଦେଇଥିଲେ ।

       କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତୀୟ ଅଭିଭାଷଣ ଦେଇ ଶିଶୁ ସାହିତ୍ୟକୁ ଗଣସାହିତ୍ୟ ଓ ସାହିତ୍ୟର ମୂଳଦୂଆ ଭାବରେ ଅଭିହିତ କରିଥିଲେ। କବୟିତ୍ରୀ ସନ୍ତୋଷିନୀ ଦାଶ (ଗିରି)ଙ୍କ ସଂଯୋଜନାରେ ଚିନ୍ତାମଣି ମହାଳିକ, ନରହରି ମିଶ୍ର, ବିରଞ୍ଚି ସାମନ୍ତରାୟ, ମମତାରାଣୀ ଦାସ, ଇନ୍ଦୁମତୀ ପାତ୍ର, ବୀଣାପାଣି ଜେନା, ବିଜୟଲକ୍ଷ୍ମୀ ମହାନ୍ତି, ସୁଭଦ୍ରା ମହାନ୍ତ, ଡାକ୍ତର ଭାରତୀ ମହାପାତ୍ର, ଚନ୍ଦ୍ରପ୍ରଭା କର, ଧୃବାନନ୍ଦ ରାଉତ, ରଙ୍ଗାଧର ବେହେରା, ଭରତ ଚନ୍ଦ୍ର ପାତ୍ର, ଜିତେନ୍ଦ୍ର ପରିଡ଼ା, ମନରଞ୍ଜନ ମହାନ୍ତି, ଡାକ୍ତର ତ୍ରିଲୋଚନ ଦାସ, ବସନ୍ତ କୁମାର ରାଉତ ପ୍ରମୁଖ ଶିଶୁ କିଶୋର ଉପଯୋଗୀ କବିତା ଆବୃତ୍ତି କରିଥିଲେ। କାର୍ଯ୍ୟନିର୍ବାହୀ ସଦସ୍ୟ ଜିତେନ୍ଦ୍ର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *