ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତ ଗିରଫ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ମୁର୍ଗାଗୋଠ ଅଞ୍ଚଳରେ ଘଟିଥିବା ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ଆନନ୍ଦପୁର ପୁଲିସ ମୁଖ୍ୟ ଅଭିଯୁକ୍ତ କାବୁ ଓରଫ ବଳରାମ ହୋ (୨୮) କୁ ଗିରଫ କରିଛି।

    ମୁରୁଗାଗୋଠା ଗ୍ରାମର ଦୃଷ୍ଟିବାଧିତ ଦିବ୍ୟାଙ୍ଗ ନାବାଳିକାଙ୍କୁ ପ୍ରାୟ ୪ ମାସ ପୁର୍ବେ ଗାଁ ନିକଟ ନାଳରେ ସ୍ନାନ କରୁଥିବାବେଳେ ଅଭିଯୁକ୍ତ ବଳାତ୍କାର କରିଥିଲା। ଭୟ ଓ ଧମକ କାରଣରୁ ନାବାଳିକା ଦୀର୍ଘଦିନ ଧରି ଘଟଣା ବିଷୟରେ କାହାକୁ କିଛି କହିନଥିଲେ।
ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା।

   ପରେ ପୀଡ଼ିତା ପରିବାର ଲୋକଙ୍କୁ ସମସ୍ତ କଥା ଜଣାଇଥିଲା।
ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆନନ୍ଦପୁର ଏସ୍‌ଡିପିଓ କମଳ ଲୋଚନ ପଣ୍ଡାଙ୍କ ନିର୍ଦ୍ଦେଶରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ କାବୁକୁ ପୁଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତଙ୍କୁ କଠୋର ଶାସ୍ତି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *